ଆସନ୍ତା ୨୦ରେ ଆମେରିକା ରାଷ୍ଟ‌୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଯୋଗ ଦେବେନି ଟ୍ରମ୍ପ୍


ଓ‌୍ବାଶିଂଟନ୍,୦୮/ ୦୧: ବହୁ ବାଦ ବିବାଦ ପରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍। ମିଳିଥିବା ସୂଚନା ମୁତାବିକ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ବାଇଡେନ୍‌। ବାଇଡେନ୍‌ଙ୍କ ଶପଥ‌ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟପ୍ରତି ଡ୍ରୋନାଲ୍ଡ ଟ୍ରମ୍ପ୍‌ ଯୋଗ ଦେବେ ନାହିଁ। ଯାହାକୁ ନେଇ ଆମେରିକା ରାଜନୀତି ସରଗରମ। ଏଭଳି ଘଟଣା ୧୫୦ ବର୍ଷ ପରେ ଆମେରିକା ଘଟିବାକୁ ଯାଉଛି। ଯେଉଁଠିକି ପୂର୍ବତନ ରାଷ୍ଟ୍ରପତି ନିବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ।

ସୂଚନାଥାଉକି, କରୋନା କାଳରେ ଆମେରିକାରେ ଅନୁଷ୍ଠିତ ହୋଇଥିଲା ରାଷ୍ଟ୍ରପତି ନିର୍ବାଚନ। ଡ୍ରୋନାଲ୍ଟ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମଧ୍ୟ ମିଳିଥିଲା। ଶେଷରେ ବାଇଡେନ୍‌ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିଲେ। ନଭେମ୍ବର ୩ ତାରିିଖରେ ଆମେରିକା ରାଷ୍ଟ୍ରପତି ଫଳାଫଳ ସାର୍ବଜନୀନ ହୋଇଥିବା ବେଳେ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ କରିବେ ଜୋ ବାଇଡେନ୍।