PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଟିକ୍‌ଟକ୍‌ ବ୍ୟାନ୍‌ ପାଇଁ ଟ୍ରମ୍ପ ଦେଲେ ନିର୍ଦ୍ଦେଶ–ଭାରତ ପରେ ଆମେରିକାରେ ବି ଲାଗିଲା ଲଗାମ

zeenews.india.com

ନୂଆଦିଲ୍ଲୀ –  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକ୍‌ଟକ୍‌ ଆପ୍‌କୁ ବିପଦ ଭାବେ କହି ବାଇଟ୍‌ଡ୍ୟାନ୍ସ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଆଦେଶରେ କୁହାଯାଇଛି କି  ୪୫ ଦିନ ଭିତରେ ଆମେରିକୀୟ କ୍ଷେତ୍ରାଧିକାରୀଙ୍କ ଅଧୀନରେ ଥିବା ବାଇଟ୍‌ଡ୍ୟାନ୍ସ ସହ କିଛି ବି ନେଣଦେଣ କରାଯିବ ନାହିଁ । ଆମେରିକା ଭାରତୀୟ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ନିର୍ଦ୍ଦେଶରେ କହିଛି, ଭାରତ ସରକାର ନିକଟରେ ପୁରା ଦେଶରେ ଟିକ୍‌ଟକ୍‌ ଓ ଅନ୍ୟ ଚାଇନିଜ୍‌ ମୋବାଇଲ ଆପ୍‌ର ବ୍ୟବହାରରେ ପ୍ରତିବନ୍ଧକ ଲଗାଇଦେଇଛି । ଭାରତର ମିନିଷ୍ଟ୍ରି ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜି କହିଛି କି  ସେମାନେ ଡାଟା ଚୋରୀ କରୁଥିଲେ  ଓ ୟୁଜରଙ୍କ ଡାଟାକୁ ଅନଧିକୃତ ଭାବେ ସେହି ସର୍ଭରରେ ପ୍ରସାରିତ କରୁଥିଲେ , ଯାହାର ଭାରତ ବାହାରେ ସର୍ଭର ରହିଛି ।

ଗଲୱାନ ଘଟଣାର କିଛି ଦିନ ପରେ ୨୯ ଜୁନ୍‌ରେ ଭାରତ ଟିକ୍‌ଟକ୍‌ ସହ ୫୯ଟି ଚୀନ୍‌ ଆପ୍ସ ଉପରେ ପ୍ରତିବନ୍ଧକ ଲଗେଇ ଦେଇଥିଲା । ଏହାପରେ ବ୍ୟାନ୍‌ ହୋଇଥିବା ଆପ୍‌ର ତାଲିକାକୁ  ଆହୁରି ବଢ଼ାଇ ଦିଆଯାଇଛି। ୧୫ଜୁନ୍‌ରେ ଭାରତୀୟ ଓ ଚୀନ୍‌ ସେନା ମଧ୍ୟରେ ହୋଇଥିବା ହିଂସକ  ସାମନାରେ ୨୦ଜଣ ଭାରତୀୟ ସୈନିକ ସହିଦ୍‌ ହୋଇଥିଲେ। ଏହି ସଂଘର୍ଷରେ ଚୀନ୍‌ର ସୈନିକ ମଧ୍ୟ  ଆହତ ହୋଇଥିଲେ । ସେବେ ଠାରୁ ଭାରତ ଚୀନ୍‌ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରି ଚାଇନା କମ୍ପାନୀଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ  ସିକ୍ୟୁରିଟି , ଟ୍ରାନ୍ସପୋର୍ଟେସନ  ସିକ୍ୟୁରିଟି ଆଡମିନିଷ୍ଟ୍ରେସନ ଓ ୟୁନାଇଟେଡ୍‌ ଷ୍ଟେଟ୍‌ସ ଆର୍ମଡ ଫୋର୍ସେସ୍‌  ପ୍ରଥମରୁ ଫେଡରଲ ଗଭର୍ଣ୍ଣମେଣ୍ଟ ଫୋନ ଉପରେ  ଟିକ୍‌ଟକ୍‌ ବ୍ୟବହାର ନେଇ ରୋକ୍‌ ଲଗାଇ ଦେଇଛି ।

ଆମେରିକୀୟ ସରକାର ନିର୍ଦ୍ଦେଶରେ ଏହା ମଧ୍ୟ କହିଛି , ଟିକ୍‌ଟକ୍‌ ଅଟୋମେଟିକାଲି  ୟୁଜରଙ୍କର ସୂଚନା ଜମା କରିଥାଏ । ଏଥିରେ ଇଣ୍ଟରନେଟ୍‌ ଓ ଅନ୍ୟ ନେଟୱର୍କର ସୂଚନା ମଧ୍ୟ ସାମିଲ ରହିଥାଏ , ଯେମିତିକି –ଲୋକେସନ ଡାଟା , ବ୍ରାଉଜିଂ ଓ ସର୍ଚ୍ଚ ହିଷ୍ଟ୍ରୀ । ଏହି ଡାଟାକୁ ଜମା କରି ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଆମେରିକୀୟ ଲୋକଙ୍କୁ ଧମକାଇପାରେ ଏବଂ ଏହାର ଦୁରୂପଯୋଗ କରିପାରେ ।