ଚୀନକୁ ଟ୍ରମ୍ପଙ୍କ ଚେତାବନୀ, ଯଦି କରୋନା ବ୍ୟାପିବାରେ ଦାୟୀ ତେବେ ନିଶ୍ଚୟ ଭୋଗିବ ପରିଣାମ

ଓ୍ବାଶିଂଟନ୍,୨୧।୪: କରୋନା ବିପଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ଚୀନକୁ ଦେଇଛନ୍ତି ଚରମ ଚେତାବନୀ। ସେ କହିଛନ୍ତି, କରୋନା ଭାଇରସ୍ ବ୍ୟାପିବା ପାଇଁ ଯଦି ଚୀନ୍ ଦୋଷୀ ମିଳେ ତେବେ ଆମେରିକାର କୋପର ଶିକାର ବେଜିଂକୁ ହେବାକୁ ପଡିବ। କରୋନା ବିଶ୍ବସ୍ତରରେ ବ୍ୟାପିବା ପାଇଁ ଟ୍ରମ୍ପ ସିଧାସଳଖ ଭାବରେ ଚୀନକୁ ଦାୟୀ କରିବା ସହ ପରିଣାମ ଭୋଗିବାକୁ କଡା ଚେତାବନୀ ଦେଇଛନ୍ତି।

ଏହା ସହିତ ଟ୍ରମ୍ପ କହିଛନ୍ତି, ବିକରୋନା ଭାଇରସ ଚୀନର ଅଣ-ପାରଦର୍ଶୀ ଓ ଅସହଯୋଗ ମନୋବୃତ୍ତି କାରଣରୁ ବ୍ୟାପିଛି। ଚୀନର ଭୂମିକା ଯାଞ୍ଚ କରିବାର ନିର୍ଦେଶ ଦେଇଛନ୍ତି ଟ୍ରମ୍ପ। ​‌ସେ ଯୋରଦେଇ କହିଛନ୍ତି, ଯଦି ଚୀନ ଜାଣିଶୁଣି ଏଥିପାଇଁ ଦାୟୀ ତେବେ ପରିଣାମ ଭୋଗିବ। ଚୀନ ସହିତ ଆମେରିକାର ସମ୍ପର୍କ ସେହି ସମୟ ପର୍ଯ୍ୟନ୍ତ ଖୁବ୍ ଭଲ ଥିଲା, ଯେ ପର୍ଯ୍ୟନ୍ତ କୋଭିଡ୍-୧୯ ବିଶ୍ବରେ ପ୍ରସାର ହୋଇନଥିଲା। ସେ କହିଛନ୍ତି, ଭୁଲ ଓ ଜାଣିଶୁଣି କରିବା କାମ ଭିତରେ ଖୁବ୍ ପ୍ରାର୍ଥକ୍ୟ ରହିଛି।  ଏହାକୁ ବୁଝିବାକୁ ହେବ।

ଚୀନ ପକ୍ଷରୁ ଜାରି କରାଯାଇଥିବା କରୋନା ସଂକ୍ରମଣ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଟ୍ରମ୍ପ ବିଶ୍ବାସ କରିନାହାନ୍ତି। ସେ କହିଛନ୍ତି, ଚୀନରେ କରୋନା ଭାଇରସରେ ମୃତକଙ୍କ ବାସ୍ତବିକ ସଂଖ୍ୟା ଖୁବ୍ ଅଧିକ। ଉଲ୍ଲେଖନୀୟ ଯେ, କରୋନା ମହାମାରୀ ସମ୍ପର୍କିତ ବାସ୍ତବିକ ସଂଖ୍ୟା ଲୁଚାଇବା ନେଇ ଚୀନର ସମାଲୋଚନା ପରେ ମୃତକଙ୍କ ସଂଖ୍ୟାରେ ସଂଶୋଧନ କରିଥିଲା। ଚୀନ ମହାମାରୀ କେନ୍ଦ୍ର ବୁହାନର ସହରରେ ମୃତକଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବଢାଇଥିଲା। ଅର୍ଥାତ ୧,୨୯୦ ବୃଦ୍ଧି କରାଯାଇଥିଲା, ଯାହାଫଳରେ ଚୀନରେ ମୃତକଙ୍କ ସଂଖ୍ୟା ୪,୬୩୨ ହୋଇଯାଇଛି।

ଚୀନ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ୍ କରି କହିଛନ୍ତି, ଚୀନ ଏବେ ବି ଅଦୃଶ୍ୟ ଶତ୍ରୁ ଦ୍ବାରା ନିଜର ମୃତକଙ୍କ ସଂଖ୍ୟା ଦୁଇଗୁଣା କରିବାର ଘୋଷଣା କରିଛି। ତେବେ ଚୀନର ପ୍ରକୃତ ମୃତକଙ୍କ ସଂଖ୍ୟା ଆମେରିକାଠାରୁ ବହୁତ ଅଧିକ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ