ଟ୍ରମ୍ପ ଏବଂ ହ୍ୱାଇଟ୍‌ହାଉସ କର୍ମଚାରୀଙ୍କ ସବୁଦିନ ହେବ କରୋନା ପରୀକ୍ଷା

ୱାଶିଂଟନ ୯/୫: ହ୍ୱାଇଟହାଉସରେ କାର୍ଯ୍ୟରତ ନୌସେନାର ଜଣେ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ୍‌ ବାହାରିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ହ୍ୱାଇଟ ହାଉସର ସବୁ କର୍ମଚାରୀଙ୍କର ପ୍ରତିଦିନ କରୋନା ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି ।

ରାଷ୍ଟ୍ରପତି ଟ୍ରମ୍ପ କିନ୍ତୁ କହିଛନ୍ତି, ସେ ଉକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିନାହାନ୍ତି । ସେ ତାଙ୍କୁ ଭେଟନ୍ତି ନାହିଁ । କିନ୍ତୁ ଟ୍ରମ୍ପଙ୍କ କଥାରେ ସନ୍ଦେହ ସୃଷ୍ଟି ହେଉଛି । କାରଣ କରୋନା ପଜିଟିଭ୍‌ ବାହାରିଥିବା କର୍ମଚାରୀ ଜଣକ ରାଷ୍ଟ୍ରପତିଙ୍କୁ ଖାଦ୍ୟ ଯୋଗାଇବା ଏବଂ ତାଙ୍କର ବିଛଣା ସଜାଡ଼ିବା କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ଜଣାପଡିଛି । ସେ ମଧ୍ୟ ଟ୍ରମ୍ପଙ୍କ ସାଙ୍ଗରେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ତେଣୁ ତାଙ୍କ ଯୋଗୁ ହ୍ୱାଇଟ୍‌ ହାଉସର ସମସ୍ତ କର୍ମଚାରୀଙ୍କୁ କରୋନା ଡେଇଁଥାଇପାରେ ବୋଲି ସନ୍ଦେହ କରାଯାଉଛି । ହେଲେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ କହିଛନ୍ତି, ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ ନାହିଁ । କାରଣ ସେମାନେ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ଟ୍ରମ୍ପ କହିଛନ୍ତି ଯେ ପୂର୍ବରୁ ହ୍ୱାଇଟ୍‌ ହାଉସରେ ସମସ୍ତଙ୍କର ପ୍ରତି ସପ୍ତାହରେ ଥରେ ପରୀକ୍ଷା କରାଯାଉଥିଲା । ଏବେ ପ୍ରତିଦିନ ଏପରି ପରୀକ୍ଷା କରାଯିବ । ବୁଧବାର ଏବଂ ଗୁରୁବାର ତାଙ୍କର ପରୀକ୍ଷା କରାଯାଇଥିଲା । ତାହା ନେଗେଟିଭ୍‌ ବାହାରିଛି ।

   ସମ୍ବନ୍ଧିତ ଖବର


ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି