ଛୁରି ଧରି ସଂସଦ ଭିତରକୁ ପଶିଲା ଯୁବକ, ନିଜକୁ କହିଲା ଏହାର ସମର୍ଥକ

ନୂଆଦିଲ୍ଲୀ,୨।୯: ରାଜଧାନୀ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ସ୍ଥାନ ଗୁଡିକ ଭିତରେ ଅନ୍ୟତମ ହେଉଛି ସଂସଦ ଭବନ। ତେବେ  ସଂସଦ ଭବନର କଡା ସୁରକ୍ଷା ବଳୟକୁ ଭେଦ କରି ଏହାର ପରିସରକୁ ସୋମବାର ସକାଳେ ଜଣେ ଯୁବକ ହାତରେ ଛୁରି ଧରି ପଶିଆସିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରିନେଇଥିଲେ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ସାଗର ଇନସା, ଏବେ ସେ ନିଜକୁ ରାମ ରହିମର ସମର୍ଥକ ବୋଲି କହୁଛି।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ରହୁଥିବା ସାଗର ନିଜର ବାଇକରେ ସଂସଦ ପରିସରକୁ ଆସିଥିଲା। ଏହାପରେ ସଂସଦ ଗେଟ୍ ନିକଟରେ ରହି ହାତରେ ଛୁରି ଧରି ନିଜକୁ ରାମ ରହୀମର ସମର୍ଥକ ବୋଲି ସ୍ଲୋଗାନ ଦେବା ସହିତ ସଂସଦ ଭବନ ଭିତରକୁ  ପଶିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କିଛି ଲୋକ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ସେ ଛୁରି ଧରି ଗେଟ୍ ନମ୍ବର ୧ରେ ପଶିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରିନେଇଥଇଷଲ। ଏହାପରେ ତାକୁ ସଂସଦ ମାର୍ଗ ଥାନକୁ ନେଇ ପୋଲିସ ହାତରେ ଦିଆଯାଇଥିଲା।

   ସମ୍ବନ୍ଧିତ ଖବର


‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ