ଚନ୍ଦ୍ରଯାନ-୨ ସମ୍ପର୍କରେ ଇସ୍ରୋ ମୁଖ୍ୟ ଦେଲେ ଏଭଳି ବଡ଼ ସୂଚନା,କହିଲେ ବୈଜ୍ଞାନିକମାନେ…

ନୂଆଦିଲ୍ଲୀ,୭।୯: ଚନ୍ଦ୍ରଯାନ-୨ ଜରିଆରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଇସ୍ରୋର ଚେଷ୍ଟା ଗତକାଲି ରାତିରେ ବିଫଳ ହୋଇଥିଲା। କିନ୍ତୁ ପୁଣିଥରେ ଏହା ସହିତ ଯୋଗାଯୋଗ ରକ୍ଷା କରିବାକୁ ଚେଷ୍ଟା ଜାରି ରହିଛି ବୋଲି ଇସ୍ରୋର ମୁଖ୍ୟ କେ ସିବନ୍  ଆଜି ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସ୍ରୋକୁ ପୁଣିଥରେ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ଜାରି ରଖାଯାଇଛି।ଚନ୍ଦ୍ରଯାନ-୨କୁ ଲ୍ୟାଣ୍ଡର ବିକ୍ରମ ସହାୟତାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର କିଛି ମିନିଟ୍ ପୂର୍ବରୁ ଇସ୍ରୋ କନଟ୍ରୋଲ ରୁମ୍ ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। କିନ୍ତୁ ଏବେ ମଧ୍ୟ ବୈଜ୍ଞାନିକଙ୍କ ଆଶା ରହିଛି ପୁଣିଥରେ ଯୋଗାଯୋଗ ପ୍ରତିଷ୍ଠା ହୋଇପାରେ।

ଲ୍ୟାଣ୍ଡର ବିକ୍ରମ୍‌’ ଗତକାଲି ରାତି ୧ଟା ୫୩ ମିନିଟ୍‌ରେ ଚନ୍ଦ୍ରର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଇସ୍ରୋ ମୁଖ୍ୟ କେ ସିବନ ଏହାପରେ ଭାଙ୍ଗି ପଡିଥିଲେ ଗତକାଲି ଲ୍ୟାଣ୍ଡର ବିକ୍ରମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ନେଇ ଘୋଷଣା କରିବା ବେଳେ ସେ ତାଙ୍କ କୋହ ସମ୍ଭାଳି ପାରି ନଥିଲେ ଓ କାନ୍ଦି ପକାଇଥିଲେ। ଠିକ୍ ସେଭଳି ଆଜି ଇସ୍ରୋ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦାୟ ଦେବା ବେଳେ ବି ତାଙ୍କ କୋହ ସମ୍ଭାଳି ପାରି ନଥିଲେ ଓ କାନ୍ଦି ପକାଇଥିଲେ। 

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…