PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଟିଟିପିଏସ୍‌ ଫାଟିଲା ପାଇପ୍‌, ଘର ଓ ଜମିରେ ପଶିଲା ପାଉଁଶ ପାଣି

ତାଳଚେର ୭/୩: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍‌ର ଆଶ୍‌ ପାଇପ୍‌ ଫାଟିଯିବାରୁ ଥର୍ମାଲ ନିକଟ ଜଗନ୍ନାଥପୁର ଗ୍ରାମରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପାଉଁଶ ମିଶ୍ରିତ ପାଣି ଲୋକଙ୍କ ଘର, ଚାଷଜମି ଓ ରାସ୍ତାରେ ମାଡ଼ିଯାଇଛି । ଘଟଣାରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ୱାଭାଭିକ ହୋଇଥିଲା ।

ଗ୍ରାମର ଦୟାନିଧି ସାହୁ, ଅରୁଣ ସାହୁ, ବାବୁଲି ନାୟକ, ଏମ୍‌ଡି ଇସଲାମ, ଜୟ ସାହୁ, କାରୁ ବାରିକ, ଜଳଧର ବାରିକ ପ୍ରମୁଖଙ୍କ ଘର ଭିତରେ ପାଉଁଶ ପାଣି ପଶିଯାଇଥିଲା । ପାଉଁଶ ପାଣି ଯୋଗୁଁ ଘରେ ଥିବା ଆସବାବପତ୍ର ସାଙ୍ଗକୁ ଗଚ୍ଛିତ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ପ୍ରଭାବିତ ଅଞ୍ଚଳରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଥିଲା । ସକାଳ ପ୍ରାୟ ୬ଟାରେ ପାଇପ୍‌ ଫାଟିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏନ୍‌ଟିପିସି କର୍ତ୍ତୃପକ୍ଷ ୨ ଘଣ୍ଟା ପରେ ପାଇପ୍‌ରେ ପାଉଁଶ ପ୍ରବାହ ବନ୍ଦ କରିଥିଲେ । ଫଳରେ କ୍ଷୟକ୍ଷତି ରୋକାଯାଇପାରିଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତିପୂରଣ ଦାବି କରି ହୋହାଲ୍ଲା କରିବା ସହ ଥର୍ମାଲ୍‌ ନିକଟସ୍ଥ ଚାଇଁପାଳ ଫାଣ୍ଡିରେ ଅଭିଯୋଗ କରିଥିଲେ ।

ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଫାଣ୍ଡିରେ ଏ ସମ୍ପର୍କରେ କ୍ଷତିପୂରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏନ୍‌ଟିପିସିର ବରିଷ୍ଠ ଅଧିକାରୀ ଯୋଗଦେଇ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତି ପରିବାର ପିଛା ୧୦ ହଜାର ଟଙ୍କା ସହ ଘରଦ୍ୱାର, ଜମି ଓ ରାସ୍ତାରୁ ପାଉଁଶ ସଫା କରିବା, ପରିବାରର ସମସ୍ତଙ୍କୁ ମାଗଣା ଚିକିତ୍ସା ଓ ପ୍ରଭାବିତ ପରିବାରଙ୍କୁ ୩ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଏନ୍‌ଟିପିସି ପକ୍ଷରୁ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା ।

ଆଗାମୀ ଦିନରେ ଘଟଣାର ପୁନରାବୃତ୍ତି ହେଲେ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏନ୍‌ଟିପିସି ଅଧିକାରୀମାନେ କେଉଁ କାରଣରୁ ପାଇପ୍‌ ଫାଟିଲା ତଦନ୍ତ ଚଳାଇଛନ୍ତି।