ମଙ୍ଗଳବାର ଭାରତ ବନ୍ଦ

ଭୁବନେଶ୍ୱର ୪/୧୨: ମଙ୍ଗଳବାର ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଲା ଚାଷୀ ସଙ୍ଗଠନ । କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଲା ଚାଷୀ ସଙ୍ଗଠନ ।

ବିଭିନ୍ନ ଦାବି ନେଇ ୯ ଦିନ ହେଲା ଚାଷୀ ଆନ୍ଦୋଳନ ହୋଇଆସୁଥିବାବେଳେ ଶେଷରେ ଭାରତ ବନ୍ଦ ଡାକରା ଦେଇଛି ଚାଷୀ ସଙ୍ଗଠନ । ଆନ୍ଦୋଳନକୁ ତୀବ୍ର କରିବା ଦାବିନେଇ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛି ସଙ୍ଗଠନ । କହିରଖୁଛୁ କୃଷି ନିୟମ ପ୍ରତ୍ୟାହାର ପାଇଁ କୃଷକ ସଂଗଠନ ସରକାରଙ୍କ ସାମ୍ନାରେ ଦାବି କରିଆସୁଛନ୍ତି। ଗତକାଲି ସରକାରଙ୍କ ସହ ବୈଠକ ବେଳେ ଏହି ଦାବି ମଧ୍ୟ ଜଣାଇ ଦିଆଯାଇଛି। କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନଥିବା ବେଳେ ଡିସେମ୍ବର ୮ରେ ଭାରତ ବନ୍ଦ କରିବାକୁ ଘୋଷଣା କରିଛୁ ବୋଲି ଭାରତୀୟ କିଷାନ ସଂଗଠନର ସାଧାରଣ ସଂପାଦକ ହରବିନ୍ଦର ସିଂହ ଲଡଖ୍ବାଲ କହିଛନ୍ତି ।

ଆସନ୍ତାକାଲି ବୈଠକ ଅଛି । ଯଦି ବୈଠକରେ ସରକାର ଆମ  ଦାବି ନଶୁଣନ୍ତି ତେବେ ବିକ୍ଷୋଭ ତୀବ୍ରତର ହେବ ବୋଲି କହିଛନ୍ତି ଚାଷୀ ନେତା ଗୁରୁନାମ ସିଂହ । କହିରଖୁଛୁ ଗୁରୁବାର ଅନେକ ସମୟ ଧରି ଆଲୋଚନା ଚାଲିବା ପରେ କିଛି ଫଳାଫଳ ବାହାରି ପାରିନଥିଲା । ଅର୍ଥାତ୍ ଆସନ୍ତାକାଲି ବା ଶନିବାର ପୁଣି ଚାଷୀ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବୈଠକର ନିଷ୍କର୍ଷ ଉପରେ ଭାରତ ବନ୍ଦ ଡାକରାର ନିଷ୍ପତ୍ତି ନିର୍ଭର କରୁଛି ।