PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ମଙ୍ଗଳବାର ରାଶିଫଳ

ତା.୧୧.୦୮.୨୦୨୦ରିଖ, କର୍କଟ ୨୭ ଦିନ, ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ, ମଙ୍ଗଳବାର । ସପ୍ତମୀ-ଦିବା ୯ଟା ୧୦ ମିନିଟ୍‌ ଦ୍ୱିବା-ରାତ୍ରି ୧୨ଟା ୫୯ ମିନିଟ୍‌ । ମେଷଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ: ୫ଟା ୨୬ ମିନିଟ୍‌ ୫୦ ସେକେଣ୍ଡ ।ସୂର୍ଯ୍ୟାସ୍ତ: ୬ଟା ୧୬ ମିନିଟ୍‌ ୨ ସେକେଣ୍ଡ । ମୃତେ ଦ୍ୱିପାଦ ଦିବା ୯ଟା ୧୦ ମିନିଟ୍‌ଗତେ ଏକ ପାଦ ଓ ରାତ୍ରୀ ୧୨ଟା ୫୯ ମିନିଟ୍‌ଗତେ ଦ୍ୱିପାଦ ପୁଷ୍ପରଦୋଷ । ନଡ଼ିଆ ଖାଇବାମନା । ଖାଇଲେ ବୁଦ୍ଧି ନଷ୍ଟ ଓ ମୂର୍ଖ ହେବେ । ଅଦ୍ୟ ଶ୍ରୀକୃଷ୍ଣ ଜନ୍ମ, ଜନ୍ତାଷ୍ଟମୀ ।

ମଙ୍ଗଳବାର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟମଧ୍ୟମହେବ । କର୍ମ ସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ଦେଖାଦେବ । ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଉଚ୍ଚସ୍ଥାନ ଆରୋହଣ କାଳରେ ସତର୍କ ରହିବେ । ନିଜର ଲୋକଙ୍କ ସହ ଅପ୍ରିୟତା, ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ସ୍ୱକର୍ମରେ ଅନାଗ୍ରହୀ ହେବେ ।ମହିଳାମାନେ ମାନସିକ ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା: ସ୍କନ୍ଦ ପୁରାଣପାଠ ।

ବୃଷ :କର୍ମରେ ଉନ୍ନତି କରିବେ ଓ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ‌ରହିବ । ହୃତଧନ ଫେରିପାଇବେ ଓ ଋଣମୁକ୍ତ ହେବାର ଯୋଜନା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ‌ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ରାମତାରକ ମନ୍ତ୍ର ପାଠ ।

ମିଥୁନ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ । କର୍ମରେ ଉନ୍ନତି ଓ ସମସ୍ତକର୍ମରେ ଆଶାତୀତ ସଫଳତା ପାଇବେ । ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ମୂଲ୍ୟବାନ ଧାତୁ ଓ ଭୂମି କ୍ରୟ କରିବା ପାଇଁ ଚିନ୍ତା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ସ୍ୱକର୍ମରେ ଆଗ୍ରହୀ ଓ ପରିଶ୍ରମ କରିବେ । ମହିଳାମାନେ ସଞ୍ଚୟ କରିବାର ମନୋବୃତ୍ତି ରଖିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା-ବିଷ୍ଣୁମନ୍ତ୍ର ଜପ ।

କର୍କଟ: ନୂତନ କର୍ମାରମ୍ଭ କିମ୍ବା ନୂୂତନ ନିଯୁକ୍ତିର ସମ୍ଭାବନା ରହିଛି । କର୍ମରେ ଉନ୍ନତି କରିବାକୁ ଯୋଜନା କରିବେ ଓ ସେଥିରେ ସଫଳ ହେବା ପାଇଁ ନିଜକୁ ପ୍ରସ୍ତୁତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ପରିବାରରେ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ଓ ପ୍ରଶଂସିତ ହେବେ ।ମହିଳମାନଙ୍କରକର୍ମରେ ଆଗ୍ରହଜାତହେବ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ରୁଦ୍ରାଭିଷେକ ।

ସିଂହ : ମାନସମ୍ମାନ ହାନି ଓ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ ।କର୍ମସ୍ଥାନରେ ବିବାଦ ଓ ସହକର୍ମୀଙ୍କ ବିରୋଧର ସମ୍ମୁଖୀନ ହେବେ ଏବଂ ପଦସ୍ଥକର୍ମଚାରୀଙ୍କ ରୋଷର ଶିକାର ହେବେ ।ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌କର୍ମରେ ଅବହେଳାକରିବେ । ମହିଳାମାନେ ଶାରୀରିକପୀଡ଼ାପାଇବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା-ଜଗନ୍ନାଥ ।

କନ୍ୟା: ଅଷ୍ଟମଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ୱଳ୍ପ ଆୟ ଓ ମନରେ ଅସ୍ଥିରତା ଏବଂ ବିରକ୍ତିଭାବ ପ୍ରକାଶ ପାଇବ । କର୍ମସ୍ଥାନରେ ଅଶାନ୍ତି ଓ ବାଧାବିଘ୍ନ ଉପୁଜିବ ଏବଂ କର୍ମପ୍ରତି ଅନାଗ୍ରହଭାବ ଓ ଆଳସ୍ୟତା ଜାତହେବ ।ପରିବାରରେ ଅଶାନ୍ତି ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନାହେବେ । ମହିଳାମାନେ ସ୍ନାୟୁଗତ ଯନ୍ତ୍ରଣାପାଇବେ ।ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା: ବିଷ୍ଣୁମନ୍ତ୍ର ଜପ ।

ତୁଳା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନ ଲାଭର ସୁଯୋଗ ପାଇବେ । ମୂଲ୍ୟବାନ ଧାତୁ ଓ ବସନ ଭୂୂଷଣ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ‌କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୧, ଆରାଧନା- ରାମତାରକ ମନ୍ତ୍ର ଜପ ।

ବିଛା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସହକର୍ମୀଙ୍କ ସହଯୋଗ ଓ ସମସ୍ତଙ୍କର ପ୍ରଶଂସାଭାଜନ ହେବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶତ୍ରୁମାନେ ବଶତା ସ୍ୱୀକାର କରିବେ ଓ ଋଣମୁକ୍ତ ହେବାପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ହନୁମାନ ଚାଳିଶାପାଠ ।

ଧନୁ : ମାନ ସମ୍ମାନ ହାନି, ପରିବାରରେ ଅଶାନ୍ତି ଓ ଇତରଜନଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ଅପମାନ ଓ ଅପଯଶ ପାଇପାରନ୍ତି । ପୁତ୍ରକନ୍ୟା ଅବଜ୍ଞାକରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତା ଗ୍ରସ୍ତହେବ ଓ ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।

ମକର- ଆର୍ଥିକ ଅବସ୍ଥାରେ ଉନ୍ନତି ଓ ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ରହିବ । ଘାତବାର ରହିଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ କିଛି ବିଘ୍ନ ହେବ ନାହିଁ । କର୍ମପ୍ରତି ଅନାଗ୍ରହଭାବ ଓ କର୍ମରେ ବାଧାବିଘ୍ନ ଉପୁଜିବ ।ଘାତବାର ହେତୁ ବାଦବିବାଦ ଓ ଯାନବାହନ ଆରୋହଣକାଳରେ ସତର୍କ ରହିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ରୁଦ୍ରାଭିଷେକ ।

କୁମ୍ଭ :ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଆଶାତୀତ ସଫଳତା ଓ କର୍ମ ପ୍ରତି ଶ୍ରଦ୍ଧା ତଥା ଆନ୍ତରିକତା ବୃଦ୍ଧି ପାଇବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସାମାଜିକ, ପାରିବାରିକ ଓ ମାନସିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବକରିବେ । ପରିବାର ସଦସ୍ୟଙ୍କ ସାହାଯ୍ୟ ଓ ଭାତୃ, ଭଗ୍ନିଙ୍କର ସାହାଯ୍ୟ ସହଯୋଗ ପାଇବେ । ବିଦ୍ୟାର୍ଥୀ କର୍ମରେ ସଫଳତା ପାଇବେ । ମହିଳାମାନେ ପରିବାରରେ ଆଦର ପାଇବେ ।ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା-ଦୁର୍ଗାମନ୍ତ୍ର ଜପ ।

ମୀନ: କର୍ମପ୍ରତି ଅନାଗ୍ରହଭାବ ଓ କର୍ମସ୍ଥାନରେ ବାଧାବିଘ୍ନର ସମ୍ମୁଖୀନ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେକ୍ଷତିପହଞ୍ଚିବ । ମୂଲ୍ୟବାଦ ପଦାର୍ଥ ନଷ୍ଟ ବା ଚୋରୀ ଯାଇପାରେ । ମନ ଅସ୍ଥିରରହିବ ଓ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଜଗନ୍ନାଥ ।
ବିଶେଷସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭହେବା ପାଇଁ ଉକ୍ତ ମନ୍ତ୍ରଟିଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟଶ୍ରୀମଙ୍ଗଳମହାମନ୍ତ୍ରସ୍ୟ,
ବିରୁପାକ୍ଷଋଷିଃ ଅନୁଷ୍ଟୁପ୍‌ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ମଙ୍ଗଳଦେବତାସୁପ୍ରୀତୟେ
ମନ୍ତ୍ର ଜପେବିନିଯୋଗଃ । (୧ ଥର)
ମନ୍ତ୍ର : ଓଁହ୍ୱଂଶ୍ରୀଂମଙ୍ଗଳାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ଲୁବଧଂମର୍ଥେନ ଗୃହ୍ନିୟାତ୍‌
କ୍ରୃଧଂମଂଜଳିପୂର୍ଣ୍ଣକର୍ମଣା
ମୂଖଂଛନ୍ଦୋନୁବୃତେନ୍‌
ତତ୍ତ୍ୱାର୍ଥେନ ଚ ପଣ୍ଡିତମ୍‌ ।
ଭାବାର୍ଥ : ଲୋଭିକୁ ଧନ ଦ୍ୱାରା, କ୍ରୋଧୀକୁ ହାତ ଯୋଡ଼ି, ମୂର୍ଖକୁ ଛନ୍ଦ କପଟ ଦ୍ୱାରା ଓ ପଣ୍ଡିତଜନଙ୍କୁ ତତ୍ତ୍ୱ ପୂର୍ଣ୍ଣ ସତ୍ୟ କହି ବଶୀଭୂତ କରିବା ଉଚିତ୍‌ ।

ଜ୍ୟୋତିର୍ବିଦ୍‌- କୈଳାସ ଦାଶ