PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ମଙ୍ଗଳବାର ରାଶିଫଳ

ମଙ୍ଗଳବାର ପଞ୍ଜିକା
ତା.୧୮.୦୮.୨୦୨୦ରିଖ, ସିଂହ ୩ ଦିନ, ଭାଦ୍ରବ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ମଙ୍ଗଳବାର । ଚତୁର୍ଦ୍ଦଶୀ-ଦିବା ୧୦ଟା ୪୩ ମିନିଟ୍‌ ପୁଷ୍ୟା – ସକାଳ ୫ଟା ୪୬ ମିନିଟ୍‌ ଅଶ୍ଳେଷା- ରାତ୍ରି ୪ଟା ୧୧ ମିନିଟ୍‌ କର୍କଟ ଚନ୍ଦ୍ର – ରାତ୍ରି ୪ଟା ୧୧ ମିନିଟ୍‌ । ସୂର୍ଯ୍ୟୋଦୟ: ୫ଟା ୨୮ ମିନିଟ୍‌ ୫୧ ସେକେଣ୍ଡ । ସୂର୍ଯ୍ୟାସ୍ତ : ୬ଟା ୧୧ ମିନିଟ୍‌ ୧୭ ସେକେଣ୍ଡ । ମୃତେ ଏକପାଦ ପୁଷ୍କର ଦୋଷ । ବିରିଦ୍ରବ୍ୟ ଖାଇବା ମନା, ଖାଇଲେ ଚିର ରୋଗୀ, ଶରୀର ହାନି ।
ମଙ୍ଗଳବାର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ ଭୂମି, ଯାନ କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । କର୍ମରେ ସଫଳ ଓ ସହକର୍ମୀଙ୍କ ସହଯୋଗ ପାଇବେ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ । କୌଣସି ଅତିଥିଙ୍କ ଆଗମନ ହୋଇପାରେ କିମ୍ବା ବନ୍ଧୁଙ୍କ ଘରକୁ ଆପଣ ଯାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଅତିଥି ସତ୍କାର କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ଚଣ୍ଡୀ ପୁରାଣ ପାଠ ।

ବୃଷ : କର୍ମରେ ଉନ୍ନତି କରିବା ପାଇଁ ଚିନ୍ତା କରିବେ ଓ ସେଥିରେ ସଫଳ ହେବା ନିମନ୍ତେ ଚେଷ୍ଟା ଜାରି ରଖିବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଭ୍ରାତୃ, ଭଗ୍ନିଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-କମଳା ।

ମିଥୁନ : ଆର୍ଥିକ ଅବସ୍ଥାରେ କ୍ଷତି, ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । କର୍ମରେ ଅସଫଳ ଓ କର୍ମସ୍ଥାନରେ ବାଧାବିଘ୍ନ ଉପୁଜିବ । ଧନକୁୁ ନେଇ ବିବାଦ କିମ୍ବା ମାଲି ମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ ବା େ•ରି ଯାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମର ଅବହେଳା କରିବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା-ବିଷ୍ଣୁମନ୍ତ୍ର ଜପ ।

କର୍କଟ: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ନିଜର ଲୋକଙ୍କ ସହ ସମ୍ପର୍କ ନିବିଡ଼ ହେବ । ବାଣିଜ୍ୟରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ରୁଦ୍ରାଭିଷେକ ।

ସିଂହ : କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ । ଦେଇଥିବା ଧନ ଫେରି ପାଇବେ ଓ ଋଣମୁକ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବସନଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ଜଗନ୍ନାଥ ।

କନ୍ୟା: ଆକସ୍ମିକ ଧନଲାଭ ଓ ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମସ୍ଥାନରେ ଦରମାରେ କିଛି ବୃଦ୍ଧି କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ସମ୍ଭାବନା ରହିଛି । ନୂତନ ଭୂମି, ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୧୨, ଆରାଧନା: ବିଷ୍ଣୁ ସହସ୍ରନାମ ପାଠ ।

ତୁଳା : କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ରହିବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ କରିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କାଟିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- କମଳା ।

ବିଛା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ଅପମାନ ଓ ଅପଯଶ ପାଇବେ । ପଦସ୍ଥ କର୍ମଚାରୀ ରୋଷ କରିବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ଇତର ଜନଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ହନୁମାନ ।

ଧନୁ : ମାନସିକ ଅସ୍ଥିରତା ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ଲାଭ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଗାୟତ୍ରୀ ମନ୍ତ୍ର ଜପ ।

ମକର : ଘାତବାର ହେତୁ ବାଦବିବାଦ ପ୍ରତି ସତର୍କ ରହିବେ ଓ କୌଣସି ଶୁଭକର୍ମ କରନ୍ତୁ ନାହିଁ । ବାଣିଜ୍ୟରେ ଆୟ ମଧ୍ୟମ ରହିବ ଓ କର୍ମସ୍ଥାନରେ ସମସ୍ତଙ୍କର ଶ୍ରଦ୍ଧା ଓ ପ୍ରଶଂସା ପାଇବେ । ପରିବାରରେ ଉତ୍ତମ ବୁଝାମଣା ରହିବ ଓ ସ୍ତ୍ରୀସୌଖ୍ୟ ଏବଂ ସ୍ତ୍ରୀ ହେତୁକ ଧନଲାଭର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅନ୍ୟମନସ୍କ ରହିବେ । ମହିଳାମାନେ ପରିବାରର ସେବା ଜାରି ରଖିବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ରୁଦ୍ରାଭିଷେକ ।

କୁମ୍ଭ : ବାଣିଜ୍ୟ, ବ୍ୟବସାୟ ଓ ସମସ୍ତ କର୍ମରେ ସଫଳତା ଆପଣଙ୍କର ପଶ୍ଚାତଧାବନ କରିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୁରାତନ ରୋଗରୁ ମୁକ୍ତ ହେବେ । ଋଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ ଓ ଶତ୍ରୁମାନେ ମିତ୍ରରେ ପରିଣତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସା ପାଇବେ । ମହିଳାମାନେ ଗୁରୁଜନଙ୍କ ସେବା କରିବେ । ଶୁଭରଙ୍ଗ-ଫିକା ନୀଳ, ଶୁଭସଂଖ୍ୟା-୬, ଆରାଧନା-ଦୁର୍ଗା ସହସ୍ରନାମ ପାଠ ।

ମୀନ: କର୍ମସ୍ଥାନରେ ଅପମାନ ଓ ଅପଯଶ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ପରିବାରରେ ଅଶାନ୍ତି ଓ ସନ୍ତାନମାନେ ଅବଜ୍ଞା କରିବେ । ମାନସମ୍ମାନ ହାନି ଓ କୌଣସି ଇତର ଜନଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଅପଯଶ ପାଇପାରନ୍ତି । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ,
ବିରୁପାକ୍ଷ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ମଙ୍ଗଳ ଦେବତା ସୁପ୍ରୀତୟେ
ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ପ୍ରଭୃତଂ କାର୍ଯ୍ୟମଳ୍ପଂ ବା
ଯନ୍ନର କର୍ତ୍ତୁଂ ମିଛତି ।
ସର୍ବାରମ୍ଭେଣ ତତ୍‌କାର୍ଯ୍ୟ
ସିଂହାଦେକ ପ୍ରଚକ୍ଷତେ ।
ଭାବାର୍ଥ : କାମ ଛୋଟ ହେଉ ବା ବଡ଼, ଥରେ କାମ ହାତକୁ ନେଲା ପରେ ତାକୁ ନିଷ୍ଠାର ସହ କରିବା ଉଚିତ । ଯେମିତି ସିଂହ ତା’ର ଶିକାର ଥରେ ଧରିଲା ପରେ ତାକୁ କେବେ ହେଲେ ଛାଡ଼େ ନାର୍ହିଁ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ