ମଙ୍ଗଳବାର ରାଶିଫଳ

ଅଦ୍ୟ ତା.୨୪.୧୧.୨୦୨୦ରିଖ, ବିଛା ୯ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ମଙ୍ଗଳବାର । ଦଶମୀ-ରାତ୍ରି ୨ଟା ୪୫ ମିନିଟ୍‌ ପୂର୍ବଭାଦ୍ର-ଦିବା ୩ଟା ୩୪ ମିନିଟ୍‌ କୁମ୍ଭ ଚନ୍ଦ୍ର- ୮ଟା ୫୫ ମିନିଟ୍‌ । ସୂର୍ଯ୍ୟୋଦୟ : ୬ଟା ୦୨ ମିନିଟ୍‌ ୦୭ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୩୯ ସେକେଣ୍ଡ । ମୃତେ ଦ୍ୱିପାଦ, ଦିବା ୩ଟା ୩୮ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ । କଳମ୍ବୀ ଶାଗ ଖାଇବା ମନା, ଖାଇଲେ ଗୋବଧ ସମ ପାପ ।

ମଙ୍ଗଳବାର ରାଶିଫଳ
ମେଷ:ଦିବା ୮ଟା ୫୫ ମିନିଟ୍‌ ପରେ ଦ୍ୱାଦଶ ଚନ୍ଦ୍ର ହେତୁ ଅପବ୍ୟୟ, ଅପବାଦ ଓ ଅପଯଶ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ବିଫଳ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ମନରେ ଅସ୍ଥିରତା ଭାବ ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଅପବାଦ ଓ ଅପଯଶ ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା- ମା’ ଚଣ୍ଡୀ ।

ବୃଷ: ଆୟର ପନ୍ଥା ସବୁଆଡ଼ୁ ଖୋଲା ରହିବ । ଆର୍ଥିକ ଅବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ରହିବ ଏବଂ ବ୍ୟବସାୟ ସମ୍ପ୍ରସାରଣର କଥା ଚିନ୍ତା କରିବେ । କର୍ମରେ ସଫଳତା ଓ ଯଶ ସମ୍ମାନ ଲାଭ କରିବେ । ନୂତନ ଭୂମି କିମ୍ବା ଘରୋଇ ଉପକରଣ କ୍ରୟ କରିବା ପାଇଁ ଚିନ୍ତା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା- ମା’ ଗାୟତ୍ରୀ ।

ମିଥୁନ: ଦିବା ୮ଟା ୫୫ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଏହା ପରେ ଶୁଭ ସମୟ, କର୍ମରେ ଉନ୍ନତି କରିବେ ଓ ଆଶାତୀତ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭର ସୁଯୋଗ ପହଞ୍ଚିବ ଓ ମନରେ ଉତ୍ସାହ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ କର୍ମରେ ମନ ବଳାଇବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ ।

କର୍କଟ: ମରଣାନ୍ତକ ଯନ୍ତ୍ରଣା ଓ ପୀଡ଼ା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମରେ ଅନାଗ୍ରହ ଭାବ ଓ ବାଧାବିଘ୍ନ ଘଟିବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଧନକ୍ଷତି ଓ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ପରିବାରରେ ବିବାଦ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ କର୍କଟ, ସେମାନଙ୍କ ପାଇଁ ବହୁତ ଖରାପ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ପୀଡ଼ା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ମୂଲ୍ୟବାନ ଧାତୁ କିମ୍ବା ବସନଭୂଷଣ କ୍ରୟ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ପାଇବେ ଓ ମହିଳା ସହକର୍ମୀଙ୍କ ସହଯୋଗ ଲାଭ କରିବେ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଖବର ପାଇବେ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବସନଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା- ମା’ ଭୁବନେଶ୍ୱରୀ ।

କନ୍ୟା: ମନରେ ଉତ୍ସାହ ଓ ଉଦ୍ଦୀପନାଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି, ଯଶ ସମ୍ମାନ ଓ ପଦପର୍ଯ୍ୟାଦା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଚ୍ଚ ଆଶା ରଖିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ ।

ତୁଳା: କର୍ମରେ ଯଶ, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କର୍ମ କରିବାର ଶୈଳୀରେ ପରିବର୍ତ୍ତନ ଆସିବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ବାପା, ମା’ଙ୍କ କୃପାଲାଭ କରିବେ ଓ ପରିବାରରେ ସୁଖଶାନ୍ତିର ପରିବେଶ ପାଇବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ ଯଶ, ସମ୍ମାନର ଅଧିକାରିଣୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।

ବିଛା: ମାନସିକ, ପାରିବାରିକ ଶାନ୍ତି ଓ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ହେବ । କଳା ଓ ଗବେଷଣା ପ୍ରତି ରୁଚି ରଖିବେ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ ଏବଂ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ ଓ ଦେହମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ କରିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ କାର୍ତ୍ତିକେୟ ।

ଧନୁ:ଦିବା ୮ଟା ୫୫ ମିନିଟ୍‌ ପରେ ଘାତଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ବିଶେଷକରି ପରିବହନରେ ଅଧିକ କ୍ଷତି ଘଟିବ । କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଏବଂ ଯାନବାହନରେ କ୍ଷତି ପହଞ୍ଚିବ । ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ଯେଉଁମାନଙ୍କର ମୂଳା ଧନୁ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ଭଗବାନ ବିଷ୍ଣୁ ।

ମକର:ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ କିଛି କର୍ମରେ ବିଘ୍ନ ଘଟିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଓ କର୍ମସ୍ଥାନରେ କିଛି ସମସ୍ୟା ଦେଖାଦେଇପାରେ । ପରିବାରର ଶାନ୍ତି ଅତୁଟ ରହିବ ଓ ଭାଇଭଉଣୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସମ୍ମାନ ଲାଭ କରିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହୋଇପାରେ ଓ ଅନ୍ୟକୁ ଦେଇଥିବା ଧନ ଫେରି ପାଇପାରନ୍ତି । ସଞ୍ଚୟ କରିବାର ନୂଆ ଉପାୟ ବାହାର କରିବେ କିମ୍ବା କୌଣସି ସଂସ୍ଥା ସହ ଅନୁବନ୍ଧିତ ହୋଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା- ମା’ କାଳୀ ।

ମୀନ: ସୁଖ, ସମ୍ପଦ, ସୌଭାଗ୍ୟ ଆଜି ଆପଣଙ୍କର ହସ୍ତଗତ ହେବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ମାନସିକ, ପାରିବାରିକ ଶାନ୍ତି ଲାଭ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ କର୍ମରେ ସଫଳତା, ପ୍ରଶଂସା ଓ ସମ୍ମାନ ଏବଂ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସମ୍ମାନିତ ହେବେ । ମହିଳାମାନେ ସୁଖ ସୌଭାଗ୍ୟର ଅଧିକାରିଣୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ,
ବିରୁପାକ୍ଷ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ମଙ୍ଗଳ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ନାନ୍ୟତ୍ର ବିଦ୍ୟାତ ପସୋର୍ନାନ୍ୟତ୍ରେନ୍ଦ୍ରିୟ ନିଗ୍ରହାତ୍ତ ।
ନାନ୍ୟତ୍ର ଲୋଭସଂତ୍ୟାଗାଚ୍ଛନ୍ତି ପଶ୍ୟାମି ତେଦନଧ ।
ଭାବାର୍ଥ:ବିଦ୍ୟା ଅଧ୍ୟୟନ, ଜପ, ତପ ଓ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଓ ଲୋଭ ଭାବନା ଏବଂ କାମନାକୁ ତ୍ୟାଗ ବିନା କାହାରିକୁ ହେଲେ ସଂସାରରେ ଶାନ୍ତି ମିଳିନାହିଁ । ଏଣୁ ଏହାକୁ ତ୍ୟାଗ କଲେ ହିଁ ସମାଜର ମଙ୍ଗଳ ସାଧିତ ହେବ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ