ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ୍ ମାଷ୍ଟର ଗିରଫ

ଡେଲାଙ୍ଗ ୨୩।୯: ପୁଣି ଗୁରୁ ଓ ଶିଷ୍ୟ ସମ୍ପର୍କରେ ଲାଗିଲା ଦାଗ । ଟ୍ୟୁସନ ସାର୍ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଟ୍ୟୁସନ ସାରଙ୍କୁ ଗିରଫ କରିଛି ପୋଲିସ। ଘଟଣାଟି ଘଟିଛି ପୁରୀ ଜିଲ୍ଲାରେ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମା’ ଟ୍ୟୁସନ ସାରଙ୍କ ବିରୋଧରେ ଅସଦାଚରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟାନୟକ ୧୭୮/୧୯ରେ ମାମଲା ରୁଜୁ କରି ଟ୍ୟୁସନ ସାରଙ୍କୁ ଗିରଫ କରିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଏକ ବେସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢ଼ୁ୍‌ଥିବା ଛାତ୍ରୀ ଟ୍ୟୁସନ ହେବା ପାଇଁ ସାର୍ ଶ୍ରୀନିବାସ ଦାସଙ୍କ ପାଖକୁ ଯାଆନ୍ତି । ଅଧିକାଂଶ ସମୟରେ ଏହି ଟ୍ୟୁସନ ସାର ଛାତ୍ରୀକୁ ଅସଦାଚରଣ କରୁଥିଲେ । ଏହି ଘଟଣା ସମ୍ପର୍କରେ ଝିଅଟି ତାଙ୍କ ମା’ଙ୍କ ଆଗରେ କହିଥିଲା । ଝିଅଠାରୁ ମା’ ସମସ୍ତ ଘଟଣା ଜାଣିବା ପରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସଂପୃକ୍ତ ଟ୍ୟୁସନ ସାରଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା

ମହିଳାମାନଙ୍କୁ ଭିଡିଓ କଲ୍ କରି ଉଲଗ୍ନ ହୋଇଯାଉଥିଲା, ଖୋଜି ଖୋଜି ଗିରଫ କଲା ପୋଲିସ

ଖଣ୍ତାରେ ଜନ୍ମଦିନ କେକ୍ କାଟିଲେ ଯୁବକ , ଭିଡ଼ିଓ ଭାଇରାଲ ହେବା ପରେ ଗିରଫ କଲା ପୁଲିସ୍

ନବ ଦମ୍ପତ୍ତିଙ୍କୁ କତରର ହନିମୁନ୍ ପ୍ୟାକେଜ୍ ଦେଇ ଫଶାଇଲେ ଆଣ୍ଟି, ଡ୍ରଗ୍ଦ କେସରେ ସଜା କାଟୁଛନ୍ତି ସ୍ବାମୀ-ସ୍ତ୍ରୀ

ରାଜଧାନୀରେ ବେଲଗାମ ଅପରାଧୀ, ଚଳନ୍ତି ବସ୍‌ରେ ଦିଲ୍ଲୀ ପୁଲିସ୍‌ର କନେଷ୍ଟବଳଙ୍କୁ ଅପହରଣ