ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ନୂଆଦିଲ୍ଲୀ,୨୮।୧୧: ପୁରା ବିଶ୍ବରେ କରୋନା ଭାଇରସର ପ୍ରକୋପ ଜାରି ରହିଛି। ଏବେ ଏହି ମହାମାରୀରୁ ବଞ୍ଚିବା ପାଇଁ ଲୋକମାନେ ଲଗାତାର ମାସ୍କର ବ୍ୟବହାର କରୁଛନ୍ତି। ସାରା ବିଶ୍ବରେ ସରକାର ନିଜର ନାଗରିକଙ୍କୁ କହିଥିଲେ, ଯେଉଁ ପର୍ଯ୍ୟନ୍ତ ଭ୍ୟାକସିନ୍ ନଆସିଛି ମାସ୍କ ହିଁ ଭ୍ୟାକସିନ୍। ଏହା ଭିତରେ ତୁର୍କୀର ଜଣେ କାରିଗର ସୁନା-ରୁପାର ମାସ୍କ ତିଆରି କରିବା ଆରମ୍ଭ କରିଦେଇଛନ୍ତି। ଶିଳ୍ପକାରଙ୍କ କହିବା ଅନୁସାରେ, ଏହା ବି ମାନିବା ଦରକାର ଯେ-ମାସ୍କରୁ କରୋନା ଭାଇରସର ସଂକ୍ରମଣ ହେବନି।

ତୁର୍କୀରେ ଏବେ ମାସ୍କର ଫ୍ୟାଶନ୍ ଡିଜାଇନିଂର ରୂପ ଦିଆଯାଉଛି। କାରିଗର ସାବରି ଡୋମିରେସି ମାସ୍କକୁ ନିଶ୍ଚିତ ଭାବରେ ସୁନା ଓ ରୁପାରେ ତିଆରି କରିବା ଆରମ୍ଭ କରିଦିଆଯାଇଛି। ସେ ନିଜ ଦୋକାନରେ ଏଭଳି ମାସ୍କ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। Dailysabah.com ର ଏକ ରିପୋର୍ଟ ଅନୁସାରେ, ୪୩ ବର୍ଷୀୟ ଏହି କାରିଗର ସାବରି ଡୋମିରସି ପ୍ରାୟ ୩୨ ବର୍ଷ ଧରି ସୁନା-ରୁପାର କାମ କରୁଛନ୍ତି। ତାଙ୍କ ନିଜର ମଧ୍ୟ ଏକ ବଡ ଦୋକାନ ରହିଛି, ଯାହାକୁ ମଝିରେ ମହାମାରୀ କାରଣରୁ ବନ୍ଦ କରିବାକୁ ପଡିଥିଲା, କିନ୍ତୁ ନିକଟରେ ତାଙ୍କୁ ପୁଣି ଖୋଲିବାକୁ ପଡିଛି।

ସେ ନିଜର ଦୋକାନରେ ଏବେ ଫ୍ୟାଶନରେ ଭର୍ତ୍ତି ମାସ୍କ ରଖିବା ଆରମ୍ଭ କରି ଦେଇଛନ୍ତି। ଡୋମିରେସିଙ୍କ କହିବା ଅନୁସାରେ, ସୁନା-ରୁପାର ଜୀବାଣୁରୋଧୀ ଗୁଣ ରହିଥାଏ। ମହାମାରୀ ସମୟରେ ଘରେ ବିତାଇଥିବା ସମୟରେ ସେ ସୁନା-ରୁପାର ମାସ୍କକୁ ତିଆରି କରିବାର ନିଷ୍ପତ୍ତି ନେଇଥିଲେ। ସେ ନିଜର ଦୋକାନରେ ମାସ୍କ ଉପରେ କାମ ଆରମ୍ଭ କରିଥିଲେ, ଯାହାକୁ ସେ ଜୁନରେ ଶେଷ କରିଥିଲେ। ଏହାପରେ ସୁନା ଓ ରୁପାର ମାସ୍କ ତିଆରି କରିଦେଇଛନ୍ତି ଓ ଯେତେବେଳେ ଦୋକାନ ପୁଣିଥରେ ଖୋଲିବାର ନିର୍ଦେଶ ମିଳିଥିଲା, ତେବେ ଏହାକୁ ବିକ୍ରି କରିବାର କାମ ମଧ୍ୟ ଆରମ୍ଭ କରିଛନ୍ତି।