ସରକାରୀ ହସ୍ପିଟାଲରେ ଟ୍ରୁନାଟରେ ପରୀକ୍ଷା ବନ୍ଦ

ଭୁବନେଶ୍ୱର : ଗୁରୁବାର ରାଜ୍ୟରେ ୫୦ ହଜାର ୫୭୦ ନମୁନା ପରୀକ୍ଷା ହୋଇଛି । ଗତକାଲି ତୁଳନାରେ ପରୀକ୍ଷା ବଢ଼ିଛି । ଆର୍‌ଟିପିସିଆର୍‌ ଟେଷ୍ଟ ସଂଖ୍ୟା ଆଜି ଗତକାଲି ତୁଳନାରେ କମିଛି । ସରକାରୀ ହସ୍ପିଟାଲରେ ଟ୍ରୁନାଟ ପଦ୍ଧତିରେ ହେଉଥିବା କୋଭିଡ୍‌ ପରୀକ୍ଷା ସବୁଠି ବନ୍ଦ କରି ଦିଆଯାଇଛି । କେବଳ ଝାରସୁଗୁଡ଼ା ଓ ରାୟଗଡ଼ାରେ ୯ଟି ନମୁନା ପରୀକ୍ଷା ହୋଇଛି ।

ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଆଜି ଆର୍‌ଟିପିସିଆର୍‌ରେ ୮ ହଜାର ୪୪୫ଟି ଓ ଆଣ୍ଟିଜେନ୍‌ରେ ୪୨ ହଜାର ୨୪ ନମୁନା ପରୀକ୍ଷା ହୋଇଛି । ଟ୍ରୁନାଟରେ ୧୦୧ ନମୁନା ପରୀକ୍ଷା ହୋଇଥିବା ବେଳେ ଶ୍ରୀ ହସ୍ପିଟାଲରେ ୩୯ ଓ ଆମ୍ରିରେ ୫୩ ନମୁନା ପରୀକ୍ଷା ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଟ୍ରୁନାଟ ପରୀକ୍ଷାରେ ବ୍ୟବହାର ହେଉଥିବା କିଟ୍‌ ନାହିଁ । ସବୁଠି ଏହା ସରିଯାଇଛି । ନୂଆ କିଟ୍‌ ଯୋଗାଇପାରୁନି ସରକାର । ତେଣୁ ଟ୍ରୁନାଟରେ ପରୀକ୍ଷା ବନ୍ଦ ହୋଇପଡ଼ିଛି । ସେହିଭଳି ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀରରେ ଗୋଟିଏ ବି ହେଲେ ନମୁନା ପରୀକ୍ଷା ହୋଇନି । ଗୁରୁବାର ଆର୍‌ଟିପିସିଆର୍‌ରେ ଏସ୍‌ସିବିରେ ସର୍ବାଧିକ ୨୭୩୧ ପରୀକ୍ଷା ହୋଇଛି । ଆର୍‌ଏମଆରସିରେ ୧୨୪୨, ଆଇଏଲଏସ୍‌ରେ ୭୬୨ଟି ନମୁନା ପରୀକ୍ଷା ହୋଇଛି । ଆଣ୍ଟିଜେନରେ ସବୁଠୁ ବେଶି ପରୀକ୍ଷା ହୋଇଛି କେନ୍ଦ୍ରାପଡ଼ାରେ । କେନ୍ଦ୍ରାପଡ଼ାରେ ପରୀକ୍ଷା ହୋଇଛି ୫୧୩୬ ନମୁନା । ଗଞ୍ଜାମରେ ୪୪୬୪, ମୟୂରଭଞ୍ଜରେ ୪୧୪୪ ନମୁନା ପରୀକ୍ଷା ହୋଇଛି ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…