ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ମା’ଙ୍କୁ ଗଣଦୁଷ୍କର୍ମ; ଭିଡିଓ ରେକର୍ଡିଂ କରି ବ୍ଲାକମେଲ୍ କରୁଥିଲା ଟ୍ୟୁସନ ସାର୍

ମିରଠ ୧୦|୪: ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ମା’ଙ୍କୁ ଗଣ ଦୁଷ୍କର୍ମ ହୋଇଛି । ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଟ୍ୟୁସନ ପଢାଉଥିବା ଶିକ୍ଷକ ଓ ତାଙ୍କର ଦୁଇଜଣ ସାଂଗ ଉଭୟ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି । କେବଳ ସେତିକି ନୁହେଁ, ଦୁଷ୍କର୍ମ ବେଳର ଦୃଶ୍ୟ ଭିଡିଓ ରେକର୍ଡିଂ କରି ଏହି କ୍ଲିପ ମାଧ୍ୟମରେ ଛାତ୍ରୀଙ୍କୁ ବ୍ଲାକମେଲ ମଧ୍ୟ କରାଯାଉଥିଲା। ଗତ କାଲି ରାତିରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ରିପୋର୍ଟ ଅନୁସାରେ ଘଟଣା ଘଟିଛି ମିରଠ ସ୍ଥିତ ଶାସ୍ତ୍ରୀନଗର ଅଞ୍ଚଳରେ । ପିଡୀତା ତାଙ୍କ ସାନ ଭାଇ ସହ ଜଣେ ଶିକ୍ଷକଙ୍କ ପାଖକୁ ଶାସ୍ତ୍ରୀନଗରରେ ଟ୍ୟୁସନ ପଢିବାକୁ ଯାଉଥିଲେ। ଦଶମ ଶ୍ରେଣୀର ଏହି ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଶିକ୍ଷକ ତାଙ୍କୁ କୋଲଡ୍ରଙ୍କ୍ସରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ। ଏହା ପରେ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ଭିଡିଓକ୍ଲିପ୍‌ କରିଥିଲା। ୪ ମାସ ଧରି ଲଗାତାର ଭିଡିଓ ଦ୍ୱାରା ପିଡୀତାଙ୍କୁ ବ୍ଲାକ୍‌ମେଲ କରି ତାଙ୍କ ସହ ଦୁଷ୍କର୍ମ କରୁଥିଲା ଶିକ୍ଷକ।

ଏପ୍ରିଲ ମାସ ୪ ତାରିଖରେ ଭିଡିଓ ବିଷୟରେ ଘର ଲୋକେ ଜାଣିଲେ। ଭିଡିଓ ବିଷୟରେ ଜାଣିଲା ପରେ ପିଡୀତାର ମା’ ଶିକ୍ଷକ ଘରକୁ ଯାଇ ଏହାର ବିରୋଧ କରିଥିଲେ। ତେବେ ସଂପୃକ୍ତ ଦୁଷ୍କର୍ମକାରୀ ଶିକ୍ଷକ ଛାତ୍ରୀଙ୍କ ମା’ଙ୍କୁ ମଧ୍ୟ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେବା ସହ ଦୁଇ ଜଣ ସାଙ୍ଗଙ୍କ ସହ ତାଙ୍କୁ ମଧ୍ୟ ଗଣ ଦୁଷ୍କର୍ମ କରିଥିଲେ ।

ଦୁଷ୍କର୍ମର ଶିକାର ହୋଇଥିବା ପିଡୀତାର ମା’ ଅଭିଯୋଗ କରିଛନ୍ତି ଯେ, ୩ ଅଭିଯୁକ୍ତ ମିଶି ତାଙ୍କୁ ଥାନାରେ ମାମାଲା ରୁଜୁ ନକରିବା ପାଇଁ ଧମକ ଦେଇଥିଲେ। ପୂରା ପରିବାରକୁ ଖତମ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ପୋଲିସ ପିଡୀତାଙ୍କ ଡାକ୍ତର ମାଇନା ପାଇଁ ଡାକ୍ତଖାନା ପଠାଇଥିଲେ। ଛାତ୍ରୀଙ୍କ ବୟାନ ଶୁଣିଲା ପରେ ଶିକ୍ଷକ ଦୀପକ କୁମାର, ଓ ତା ସାଥି ବିନୁ ଓ ସଚିନକୁ ଗଣ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ