PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମା’ ହେଲେ ପ୍ରଣିତା ପଣ୍ଡିତ

ମୁମ୍ବାଇ ୧୦/୮: ଟିଭି ସୋ’ ‘କବଚ-୨’ ଜରିଆରେ ଦର୍ଶକଙ୍କ ମନ କିଣିଥିବା ଅଭିନେତ୍ରୀ ପ୍ରଣିତା ପଣ୍ଡିତ ମା’ ହୋଇଛନ୍ତି। କିଛିଦିନ ତଳେ ପ୍ରଣିତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଆରମ୍ଭରୁ ହିଁ କନ୍ୟା ସନ୍ତାନ ଚାହୁଁଥିବାରୁ ଏଥିନିମନ୍ତେ ସେ ବେଶ୍‌ ଖୁସିଥିବା ପ୍ରକାଶ କରିଛନ୍ତି ।

କରୋନା ଯୋଗୁ ଡେଲିଭରିକୁ ନେଇ ସେ ଖୁବ ଚିନ୍ତିତ ଥିଲେ । କିନ୍ତୁ ସବୁକିଛି ଭଲରେ ହୋଇଥିବାରୁ ସେ ଭଗବାନ ଏବଂ ତାଙ୍କ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତବର୍ଷ କରୋନା ଯୋଗୁ ସବୁକିଛି ଖରାପ ଚାଲୁଥିବା ବେଳେ ତାଙ୍କ ଝିଅ ଜନ୍ମ ହେବା ଏ ବର୍ଷର ସବୁଠାରୁ ବଡ ଖୁସି ଖବର ବୋଲି ସେ କହିଛନ୍ତି । କରୋନା ନିମନ୍ତେ ସେ ନିଜ ଝିଅର ନାମ କ୍ୱାରେଣ୍ଟାଇନ କିମ୍ବା ଲକ୍‌ଡାଉନ ରଖିବାକୁ ଚିନ୍ତା କରିଥିବା ହାସ୍ୟାତ୍ମକ ଢ଼ଙ୍ଗରେ ପ୍ରକାଶ କରିଛନ୍ତି ।

ସେ ଗର୍ଭବତୀ ଥିବା ସହ କରୋନା ଭାଇରସର ଭୟାବହତାକୁ ଦେଖି ଗତ ୫ ମାସ ହେବ ଘରୁ ବାହାରି ନଥିବା ବେଳେ ପ୍ରସବ ସକାଶେ ପ୍ରଥମ ଥର ପାଇଁ ବାହାରକୁ ବାହାରିଥିଲେ । ତେବେ ସେ କିଛିଦିନର ବିରତି ପରେ ପୁଣିଥରେ ଅଭିନୟ ଦୁନିଆକୁ ଫେରିଯିବେ ବୋଲି କହିଛନ୍ତି । ପ୍ରଣିତା କେତେକ ୱେବ୍‌ ସିରିଜରେ ମଧ୍ୟ ନଜର ଆସିଛନ୍ତି ।

ସମ୍ବନ୍ଧିତ ଖବର