ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଦୀପ ଜାଳିବେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ, ମନେପଡ଼ିଲା ୩୦ ବର୍ଷ ତଳର କଥା…

ମୁମ୍ବାଇ ୧୩।୮ :   ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସ କର୍କଟରେ ପୀଡିତ । ତିନି ଦିନ ପୂର୍ବେ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁମ୍ବାଇର ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନେକ କଳ୍ପନାଜଳ୍ପନା ପରେ ସଞ୍ଜୟ ଦତ୍ତ ନିଜେ କର୍କଟ ବିଷୟରେ ସୂଚନା ଦେଇଥିଲେ। ତେବେ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

ସଞ୍ଜୟ ଦତ୍ତଙ୍କ ପ୍ରଶଂସକ, ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କର ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରୁଥିବାବେଳେ ଅନ୍ୟପଟେ ଜଣାଶୁଣା ଅଭିନେତ୍ରୀ କାମ୍ୟା ପଞ୍ଜାବୀ ତାଙ୍କ ପାଇଁ ଅଖଣ୍ଡ ଦୀପ ଜଳାଇବେ।କାମ୍ୟା ପଞ୍ଜାବୀ ସଞ୍ଜୟ ଦତ୍ତଙ୍କୁ ନେଇ ତିନୋଟି ଟ୍ବିଟ୍‌ କରିଛନ୍ତି। ପ୍ରଥମେ ଟ୍ବିଟରେ ସେ ଲେଖିଛନ୍ତି କି- ମୁଁ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିବି। ଏହି ବର୍ଷ ଗଣେଶ ପୂଜାରେ ଅଖଣ୍ଡ ଦିପ ଜଳାଇବି। ଦୟାକରି ଦୃଢ଼ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଜଲଦୀ ଠିକ୍‌ ହୋଇଯାଆନ୍ତୁ। ଯେତେବେଳେ ମୋତେ ୧୦ ବର୍ଷ ବୟସ ହୋଇଥିଲା ଆପଣ ମୋର ସେବେଠାରୁ ପ୍ରିୟ। ଆପଣଙ୍କୁ ମନେ ଥିବ ମୋର ଆପଣଙ୍କ ମହବୁବ୍‌ ଷ୍ଟୁଟିଓରେ ଭେଟ ହୋଇଥିଲା। ଆପଣଙ୍କୁ ଜିପ୍ପୋ ଗିଫ୍ଟ କରିଥିଲି। ମୁଁ ସେହି କ୍ରେଜି ଗାର୍ଲ ଅଟେ।

କାମ୍ୟା ଆଉ ଏକ ଟ୍ବିଟରେ ଲେଖିଛନ୍ତି କି- ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍‌ ପ୍ରାର୍ଥନାରେ ବହୁତ ଶକ୍ତି ଥାଏ। ସଞ୍ଜୟ ଦତ୍ତ ଜଲଦୀ ଠିକ୍‌ ହେବା ପାଇଁ ସମସ୍ତେ ପ୍ରାର୍ଥନା କରିବା ଉଚିତ୍‌। ଭଗବାନ୍‌ ଆମ ସାଙ୍ଗରେ ରହିବେ #SanjayDutt’ । ଆଉ ଏକ ଟ୍ବିଟରେ କାମ୍ୟା ସଞ୍ଜୟ ଦତ୍ତଙ୍କ ପରିବାର ସହିତ ଏକ ପୁରୁଣା ଫଟୋ ସେୟାର କରିଛନ୍ତି।

ଯେଉଁଥିରେ ସଞ୍ଜୟ ଦତ୍ତ ନିଜ ପିତା ସୁନୀଲ ଦତ୍ତ ଏବଂ ମା ନର୍ଗିସ୍‌ ଦତ୍ତଙ୍କ ସହିତ ନଜର ଆସୁଛନ୍ତି। ଉଲ୍ଲେଖନୀୟ ଯେ, ଛୋଟ ପରଦାର ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ଖଳନାୟିକା ଚରିତ୍ର ପାଇଁ ସେ ବେଶ୍‌ ଜଣାଶୁଣା । ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସି ଅଧିକରୁ ଅଧିକ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ।

   ସମ୍ବନ୍ଧିତ ଖବର


ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ

Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan