କେବିସି-୧୧: ଘରେ ବସି ଆପଣ ମଧ୍ୟ ଜିତି ପାରିବେ ୭ କୋଟି ଟଙ୍କା,ବାସ୍ କରିବାକୁ ହେବ ଏହି କାମ

ମୁମ୍ବାଇ,୨୦।୯: ଆଜିକାଲି ଅମିତାଭ ବଚ୍ଚନଙ୍କ କ୍ବିଜ ଶୋ’ ‘କୌନ ବନେଗା କରୋଡପତି’ର ସିଜିନ ୧୧ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ହଟ୍ ସିଟରେ ବସିଥିବା ଏହି ଶୋ’ର ପ୍ରତିଯୋଗୀ ଓ ତାଙ୍କୁ ପଚରା ଯାଉଥିବା ପ୍ରଶ୍ନ ଦେଖୁଥିବା ପ୍ରତି ଦର୍ଶକ ଭାବିଥାନ୍ତି ଯେ, ତାଙ୍କୁ ଯଦି ଏହି ପ୍ରଶ୍ନର ଉତ୍ତର ଜଣାପଡିଥାନ୍ତା ତେବେ ସେମାନେ କୋଟି କୋଟି ଟଙ୍କା ଜିତିପାରିଥାନ୍ତେ। ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଏହି ସ୍ବପ୍ନ ଏବେ ସତରେ ପରିଣତ ହୋଇପାରେ। କେବିସି ସିଜିନ୍-୧୧ରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଆପଣ ଘରେ ବସି ଦେଇପାରିବେ ଓ କୋଟି କୋଟି ଟଙ୍କା ମଧ୍ୟ ଜିତିପାରିବେ। ଏବେ ଆପଣ ଭାବୁଥିବେ ଏହା କିଭଳି ହେବ? ଆମେ ଆପଣଙ୍କୁ ଏହାର ଏକ ସହଜ ପ୍ରଣାଳୀ କହିବାକୁ ଯାଉଛୁ।

ଦର୍ଶକଙ୍କ ପାଇଁ କେବିସି ୧୧ର ମେକର୍ସ ଖୁବ୍ ସୁନ୍ଦର ଉପାୟ ବାହାର କରିଛନ୍ତି। ଯାହା ଜରିଆରେ ଆପଣ ହଟ୍ ସିଟରେ କେବଳ ବସିପାରିବେ ତାହା ନୁହେଁ କେବିସିର ବହୁ ପ୍ରଶ୍ନର ଉତ୍ତର ଦେଇପାରିବେ। ତେଣୁ ଆପଣଙ୍କୁ ନିଜର ମୋବାଇଲରେ ‘ସୋନି ଲିଭ ଆପ୍’ ଡାଉନଲୋଡ୍ କରିବାକୁ ହେବ। ଏହି ଆପରେ ଆପଣ କେବିସି ପ୍ଲେଇଂ ଆଲଙ୍ଗ ଜରିଆରେ କେବିସିରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଇ କ୍ୟାସ୍ ସରପ୍ରାଇଜ୍ ଜିତି ପାରିବେ। କେବଳ ସେତିକି ନୁହେଁ ଏହା ଜରିଆରେ ହଟ୍ ସିଟରେ ଅମିତାଭ ବଚ୍ଚନଙ୍କ ସହିତ ଖେଳିବାର ସୁଯୋଗ ପାଇପାରିବେ।

ଏଥିପାଇଁ ଆପଣଙ୍କୁ ୭ କୋଟି ଟଙ୍କାର ପ୍ରଶ୍ନ ମଧ୍ୟ ମିଳିବ। ଯଦି ଆପଣଙ୍କୁ ୭ କୋଟି ଟଙ୍କାର ଉତ୍ତର ଜଣାଥିବ ତେବେ ଆପଣ କେବିସି ପ୍ଲେ ଆଲଙ୍ଗ ଜିତି ପାରିବେ ଓ ଟପ୍ ୧୦ ଓ୍ବିନର୍ସଙ୍କ ଲିଷ୍ଟରେ ଆପଣଙ୍କ ନାମକ ଆସିଯିବ। ସବୁଠାରୁ ଅଧିକ ପଏଣ୍ଟ ଜିତିଥିବା ବ୍ୟକ୍ତିଙ୍କୁ ୧୦ ଲକି ଓ୍ବିନର ପ୍ରତିଦିନ ଘୋଷଣା କରାଯାଇଥାଏ। କେବିସି ୧୧ର ଏକ ରିପୋର୍ଟ ଅନୁସାରେ, ଏହି ଗେମ୍ ଜରିଆରେ ପ୍ରତିଦିନ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ପ୍ରାଇଜ୍ ଜିତି ପାରିବେ। ଗତ ଏପିସୋଡରେ ମହାରାଷ୍ଟ୍ରର ଅମରାବତୀରେ ରହୁଥିବା ବବିତା ଦେଶତାଡେ ଗୁରୁବାର ଏପିସୋଡରେ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି

ଟ୍ରୋଲିଂ ପରେ ସଫେଇ ଦେଲେ ନେହା ! କହିଲେ- ‘ସବ୍ୟସାଚୀ ଓ୍ବେଡିଂ ଆଉଟଫିଟ୍ ଉପହାର ଦେଇଥିଲେ’

‘ବାଗୀ-୪’ ପାଇଁ ପ୍ରସ୍ତୁତ ହେଉଛନ୍ତି ସାଜିଦ୍, ୨୦୨୨ରେ ଆରମ୍ଭ ହୋଇପାରେ ସୁଟିଂ‌

ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ