ରାଷ୍ଟ୍ରପତି ରୋଲ୍ କରୁ-କରୁ ସତରେ ବନିଗଲେ ରାଷ୍ଟ୍ରପତି

ନୁଆଦିଲ୍ଲୀ ୨୩/୪: ଯଦି କପିଲ ଶର୍ମା ଭାରତର ପ୍ରଧାନମନ୍ତ୍ରୀ ହୋଇଯିବେ ତେବେ କଣ ହେବ ? ଏହି କଥା କଳ୍ପନା କରିପାରିବା ମଧ୍ଯ ସମ୍ଭବ ହୋଇପାରୁନି  । କିନ୍ତୁ ଏମିତି ଏକ ଘଟଣା ଘଟିଛି ୟୁକ୍ରେନରେ(ଋଷର ଏକ ପଡୋଶୀ ଦେଶ) । ଏଠାରେ ଜଣ ଷ୍ଟାଣ୍ଡ ଅପ୍ କମେଡିୟାନ୍ ବୋଲୋଦମିର ଜେଲେସ୍କି ୟୁକ୍ରେନର ରାଷ୍ଟ୍ରପତି ବନିସାରିଛନ୍ତି । ୪୧ ବର୍ଷୀୟ ହାସ୍ଯ ଅଭିନେତା ବୋଲୋଦିମିର ୭୩ ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ଥିବା ପେଟ୍ରୋ ପୋରେଶେଙ୍କୋଙ୍କୁ ହରାଇଛନ୍ତି ବୋଲୋଦମିର । ତେବେ ଖାସ୍ କଥା ହେଉଛି ଜେଲେସ୍କିଙ୍କ ପାଖରେ କୌଣସି ରାଜନୈତିକ ଅଭିଜ୍ଞତା ନାହିଁ । ତାଙ୍କର ଏହି ବିଜୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

source:www.thelallantop.com

ୟୁକ୍ରେନର ଇତିହାସରେ ଏହା ଏମିତି ଏକ ନିର୍ବାଚନ ଥିଲା ଯାହା ମଜାରେ ମଜାରେ ଆରମ୍ଭ ହୋଇଥିଲା । କମେଡିଆନ୍ ଜେଲେସ୍କି ମଜାରେ ମଜାରେ ଲୋକଙ୍କୁ ନିଜ ସହିତ ଯୋଡିବା ଆରମ୍ଭ କଲେ । ଏବଂ ଶେଷରେ ଦେଶର ଶକ୍ତିଶାଳୀ ଚୌକି ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଗଲେ ।

କିଏ ଏହି ବୋଲୋଦମିର ଜେଲେଙ୍କ୍ସି ?
ଜେଲେଙ୍କ୍ସିଙ୍କ ଜନ୍ମ ମଙ୍ଗୋଲିଆରେ ହୋଇଥିଲା । ମାତ୍ର ପରିବାର ୟୁକ୍ରେନର ଆସି ବାସ କଲେ । ଜେଲେଙ୍କ୍ସି ଜଣେ ଆଡଭୋକେଟ ରୂପେ କ୍ଯାରିୟର ଆରମ୍ଭ କରିଥିଲେ । କିନ୍ତୁ ଆକ୍ଟିଂ ପ୍ରତି ତାଙ୍କ ଦୁର୍ବଳତା ଥିଲା । ୨୦୧୫ରେ ସେ ଏକ ଟିଭି ସିରିୟଲ “ସରଭ୍ଯାଣ୍ଟ ଅଫ ଦ ପିପଲ” ଅର୍ଥାତ୍ ଜନତାଙ୍କ ସେବକ ଅନ ଏୟାର ହୋଇଥିଲା । ଚାହୁଁଚାହୁଁ ଏହା ୟୁକ୍ରେନର ପପୁଲାର ଟିଭି ଶୋ ପାଲଟିଗଲା । ଏହି ସୋ ଏକ ରାଜନୈତିକ ବ୍ଯଙ୍ଗ ଥିଲା । ଏଥିରେ ଜେଲେଙ୍କ୍ସି ଜଣେ ଟିଚର ରୋଲ୍ କରିଥିଲେ ଯେଉଁଥିରେ ଏକ ଭାଷଣର ଭିଡିଓ ଭାଇରାଲ ହୋଇଯାଉଛି । ଏହାପରେ ୟୁକ୍ରେନର ଜନତା ତାଙ୍କୁ ଦେଶର ରାଷ୍ଟ୍ରପତି ଚୟନ କରିଦେଉଛନ୍ତି ।

ଏହି ଶୋ ଏତେ ଲୋକପ୍ରିୟ ହେଲା ଯେ ଦେଶର ଲୋକମାନେ ସେହି ଇତିହାସ ଟିଚରକୁ ରାଷ୍ଟ୍ରପତି ରୂପେ ଚାହିଁବାକୁ ଲାଗିଲେ । ଏହାସହିତ ଜେଲେଙ୍କ୍ସିଙ୍କ ଲୋକପ୍ରିୟତା ବଢିବାକୁ ଲାଗିଲା । ୨୦୧୯ ନିର୍ବାଚନରେ ଦେଶର ନାଗରିକମାନେ ତାଙ୍କୁ ନିର୍ବାଚନ ଲଢିବାକୁ ପ୍ରେରିତ କଲେ । ଏବଂ ଶେଷରେ ତାଙ୍କୁ ବହୁମତରେ ବିଜୟ ମିଳିଲା । ଏବେ ସାରା ବିଶ୍ୱରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି ।

ରାଷ୍ଟ୍ରପତି ହେବା ପରେ ସାମ୍ନାକୁ ଆସିବ ଏହି ଚାଲେଞ୍ଜ
ୟୁକ୍ରେନରେ ସାମାଜିକ ଅନ୍ଯାୟ, ଭ୍ରଷ୍ଟାଚାର ଓ ଆର୍ଥିକ ସମସ୍ୟା ଅତ୍ୟନ୍ତ ଗମ୍ଭୀର । ଲୋକମାନେ ଏହି ଭ୍ରଷ୍ଟାଚାରରୁ ମୁକ୍ତି ଚାହାନ୍ତି ।

ୟୁକ୍ରେନର ପୂର୍ବ ଭାଗରେ ଋଷ ସମର୍ଥକ ବିଛିନ୍ନତାବାଦୀ ସକ୍ରିୟ ଅଛନ୍ତି । ଏଠାରେ ସେମାନଙ୍କ ଦବଦବା ରହିଛି ।
ଋଷ ଓ ୟୁକ୍ରେନ ମଧ୍ଯରେ କ୍ରିମିୟାକୁ ନେଇ ତିକ୍ତତା ଲାଗି ରହିଛି । ୨୦୦୩ରେ ଏକ ଚୁକ୍ତି ଅନୁସାରେ ୨ ଦେଶ ମଧ୍ଯରେ କର୍ଚ୍ଚ ଜଳମାର୍ଗ ଓ ଓଜୋବ ସାଗର ମଧ୍ଯରେ ଜଳ ସୀମା ବଣ୍ଟନ ହୋଇଛି । କିନ୍ତୁ ତିକ୍ତତା ଲାଗି ରହିଛି ।  

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ