‘ତାରକ ମେହେଟା କା ଉଲଟା ଚଷମା’ର ଗୋଗିଙ୍କ ଉପରେ ଆକ୍ରମଣ, ଜୀବନରେ ମାରିବାକୁ ମିଳିଲା ଧମକ

ମୁମ୍ବାଇ,୩୦।୧୦: ଟିଭି ଜବତର ପ୍ରସିଦ୍ଧ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ର ଅଭିନେତାଙ୍କ ଉପରେ ଆକ୍ରମଣ। ଏହା ସହିତ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଗୋଗି ଭୂମିକାରେ ଅଭିନୟ କରୁଥିବା ସମୟ ଶାହଙ୍କ ଉପରେ ଆକ୍ରମଣ ତାଙ୍କ ବିଲ୍ଡିଂର ବାହାରେ ହୋଇଛି। ଯେଉଁଠି କିଛି ଗୁଣ୍ଡା ତାଙ୍କ ଉପରେ ଆକ୍ରମଣ କରିଛନ୍ତି। କିଛି ଦିନ ହେବ ତାଙ୍କୁ ଜୀବନରେ ମାରିବାକୁ ମଧ୍ୟ ଧମକ ଦିଆଯାଉଛି।

ସ୍ପଟବୟର ଏକ ରିପୋର୍ଟ ଅନୁସାରେ,  ଅଭିନେତାଙ୍କ ମା’ କହିଛନ୍ତି- ଏହା ପ୍ରଥମ ଥର ନୁହେଁ ଯେବେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହା ପୂର୍ବରୁ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇସାରିଛି। ସମୟଙ୍କ ମା’ କହିଛନ୍ତି ସେ ନିଜେ ଦେଖିଛନ୍ତି କିଛି ପିଲା ତାଙ୍କ ପୁଅକୁ ମାଡ ମାରିବାକୁ ତାଙ୍କ ବିଲ୍ଡିଂ ଭିତରେ ପଶିଥିଲେ। ତାଙ୍କୁ ଯେତେବେଳେ ପଚାରିଥିଲେ କାହିଁକି ସେମାନେ ଏଭଳି କରୁଛନ୍ତି ଓ ତାଙ୍କର ଉଦେଶ୍ୟ କ’ଣ ଏହାର କିଛି ଜବାବ୍ ଦେଇନଥିଲେ ସେମାନେ। ସମୟ ନିଜର ଇନଷ୍ଟାଗ୍ରାମରେ ଏହି ଆକ୍ରମଣକାରୀଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏହା ସହିତ ଆକ୍ରମଣ ସମୟର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଦେଖିବାକୁ ମିଳିଛି।

ସମୟଙ୍କ ମା’ଙ୍କ କହିବା ଅନୁସାରେ, ଗୁଣ୍ଡାମାନେ ତାଙ୍କ ପୁଅକୁ ମାଡ ମାରିବା ସହ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ପ୍ରଥମ ଥର ନୁହେଁ,ଏଭଳି ୩ଥର ଘଟି ସାରିଛି। ଏହି ଘଟଣା ପରଠାରୁ ପୁରା ପରିବାର ଖୁବ୍ ଚିନ୍ତିତ ଅଛନ୍ତି। ଏହି ଘଟଣା ପରେ ସମୟ ବୋରିଭଲି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।

   ସମ୍ବନ୍ଧିତ ଖବର


୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ପଞ୍ଜାବର ସମସ୍ତ ସହରରେ ପୁଣିଥରେ ଲାଗୁହେଲା ନାଇଟକର୍ଫ୍ୟୁ, ମାସ୍କ ନପିନ୍ଧିଲେ ଲାଗିବ ୧ହଜାର ଟଙ୍କାର ଜରିମାନା…