PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ସିଗନାଲ୍ ଭାଙ୍ଗିଥିଲେ ମଧ୍ଯ କଟିବନି ‘ବିକ୍ରମ’ର ଚାଲାଣ !

ଭୁବନେଶ୍ୱର ୯/୯: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଚାଲାଣ ଉପରେ ଚାଲାଣ କଟିବା ଖବର ଶୁଣିବାକୁ ମିଳୁଛି । ଅନେକ ଚାଳକ ବେପରୁଆ ଗାଡି ଚଳାଇ ଜୋରିମାନା ଭରିଛନ୍ତି । ଓଡିଶାରେ ରାଜ୍ଯସରକାର ଏହି ନୂଆ ନିୟମକୁ ୩ ମାସ କୋହଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଅନେକ ରାଜ୍ୟରେ ନିୟମକୁ କଡାକଡି ପାଳନ କରାଯାଉଛି । କାହାର ୩୩ ହଜାର ତ ଆଉ କାହାର ୪୭ ହଜାର ଫାଇନ୍ କଟିସାରିଛି । ତେବେ ଏହା ମଧ୍ଯରେ ନାଗପୁର ପୋଲିସ ଏକ ଟ୍ୱିଟ୍ କରି କହିଛି ଯେ ‘ବିକ୍ରମ’ର ଚାଲାଣ କଟିବନି । ଏହା କୌଣସି ବ୍ୟକ୍ତି ବିଶେଷ ନୁହେଁ ବରଂ  ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ କଥା କୁହାଯାଉଛି ।

୬ ଓ ୭ ସେପ୍ଟେମ୍ବର ମଧ୍ୟ ରାତ୍ରିରେ ଭାରତର ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରରେ ଓହ୍ଲାଇଥାନ୍ତା । କିନ୍ତୁ ଯେତେବେଳେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିଲା, ସେତେବେଳେ ତାର ଅର୍ବିଟରଠୁ ସମ୍ପର୍କ କଟିଗଲା । ସମସ୍ତେ ନିରାଶ ହୋଇଯାଇଥିଲେ । ଆଉ କୌଣସି ସିଗନାଲ୍ ମିଳିପାରିଲାନି । ଏନେଇ ନାଗପୁର ପୋଲିସ ଏକ ଟ୍ୱିଟ୍ କରିଥିଲା । ସେ ଲେଖିଥିଲା ଯେ ‘ପ୍ରିୟ ବିକ୍ରମ, ରେସପଣ୍ଡ କର । ତୁମେ ସିଗନାଲ୍ ଭାଙ୍ଗି ଥିବାରୁ ଆମେ ତୁମର ଚାଲାଣ କାଟିବୁନି ।‘ ଏହି ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟଟି ସମସ୍ତଙ୍କ ହୃଦୟକୁ ଛୁଇଁଛି ।

ତେବେ କହିରଖୁଛୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନି । ଲ୍ୟାଣ୍ଡର ଠିକ୍ ଅଛି । ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ନକରି ଏହା ହଠାତ ଦ୍ରୁତ ଗତିରେ ଖସି ପଡିଥିଲା । ଏବେବି ବିକ୍ରମର କୌଣସି କ୍ଷତି ହୋଇନାହିଁ ଏବଂ ଭାଙ୍ଗିନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।