PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ବାହାର ରାଜ୍ୟରେ ନିର୍ଯାତନାର ଶିକାର ହେଉଛନ୍ତି ପାଟଣାଗଡ଼ ଅଞ୍ଚଳର ୨୫ ଶ୍ରମିକ, ଏବେ ଭିଡିଓ ଜରିଆରେ ଉଦ୍ଧାର କରିବାକୁ କଲେ ଆକୁଳ ନିବେଦନ

ବଲାଙ୍ଗୀର ୬/ ୦୩: ପେଟ ପୋଷିବାକୁ ବଲାଙ୍ଗିର ଜିଲ୍ଲାର ହଜାର ହଜାର ଲୋକ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବଲାଙ୍ଗୀରରୁ ତେଲେଙ୍ଗାନା , ଅନ୍ଧ୍ରପ୍ରଦେଶ , ଛତିଶଗତ ପ୍ରଭୃତି ରାଜ୍ୟକୁ ଇଟା ଗଢିବାକୁ ଯାଉଛନ୍ତି ବଲାଙ୍ଗିର ବାସିନ୍ଦା। ହେଲେ ସମୟରେ ଦାଦନ ମାନଙ୍କୁ ଅମାନୁଷିକ ଅତ୍ୟାଚାର, ଠିକ ସମୟରେ ପ୍ରାପ୍ୟ ନଦେବା ଏପରିକି ମହିଳା ମାନଙ୍କୁ ଶାରରିକ ନିର୍ଯ୍ୟାତନା ଦେବା ଜୋର ଜବରଦସ୍ତି କାମ କରାଉଥିବାର ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ବାହାର ରାଜ୍ୟରେ ପେଟଚାଖଣ୍ଡକ ପାଇଁ ଭିଟାମାଟି ଛାଡି ସପରିବାର ଅନ୍ୟ ରାଜ୍ୟକୁ ଇଟା ଗଢିଯାଉଥିବା ଦାଦନ ମାନଙ୍କୁ ପଶୁ ହୁଁ ବି ବଳି ବ୍ୟବହାର କରୁଥିବା ବେଳେ ଅନେକ ଦାଦନ ଅତ୍ୟଧୁକ ପରିଶ୍ରମ ଫଳରେ ରୋଗାକ୍ରାନ୍ତ ହେଲେ ଚିକିତ୍ସା ଅଭାବରୁ ବାହର ରାଜ୍ୟରେ ହିଁ ଜିବନ ଦେବାକୁ ପଡୁଛି । କେବେ କେବେ ଦାଦନ ବିକଳାଙ୍ଗ ହୋଇଫେରୁଛି ତ କେବେ ଶବ ହୋଇ । ହେଲେ ମୋଟା ଟଙ୍କା ପାଇବା ଲୋଭରେ ଅନ୍ୟ ରାଜ୍ୟରେ ଅସହ୍ୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଦାଦନ ମାନେ । ଯାହାର ଜ୍ଵଳନ୍ତ ଉଦାହରଣ ହେଉଛି ତେଲେଙ୍ଗାନା ରାଜ୍ୟ ପୈଦାପଲି ଜିଲ୍ଲା ଗୋଦାବରୀକାନୀ କୁ ଇଟା ଗଢି ଯାଇଥିବା ଦାଦନ ମାନେ ।

ଦିର୍ଘ ୬ ମାସ ହେଲା ବେଲପଡା ବ୍ଲକ ଘଗରା ଗ୍ରାମର ଡିଲେଶ୍ଵର ବେହେରା ଖପ୍ରାଖୋଲ ବ୍ଲକ ର ଲୁହାସିଂହା , ଚାଉଳବୀଜି ରୁ ପ୍ରାୟ ୨୦ ଜଣ , ପାଟଣାଗଡ ବ୍ଳକର ମଲିକମୁଣ୍ଡା ପ୍ରଭୃତି ଗାଁ ରୁ ପ୍ରାୟ ୩୬ ଜଣ ଦାଦନ କୁ ୫୦ହଜାର ଟାଙ୍କା ଅଗ୍ରିମ ଦିଆଯିବ ବୋଲି ଲୋଭ ଦେଖାଇ ତେଲେଙ୍ଗାନା ନେଇଥିଲା । ଏବଂ ସେଠାରେ ଦାଦନ ମାନଙ୍କୁ ଇଟାଗଢା କାମରେ ଲଗାଇବା ସହ ଅଗ୍ରିମ ଟଙ୍କା ନ ଦେଇ ଗାଁ କୁ ପଳାଇଆସିଥିଲା । ଫଳରେ ସେଠାରେ ଥିବା ଇଟାଗଢା ମାଲିକ ସଲିମ ସେଖ ଦାଦନ ମାନଙ୍କୁ ଜୋରଜବରଦସ୍ତ କାମ ଅସୁଲି କରୁଥିବା ବେଳେ ନାନା ପ୍ରକାର ଗାଳିଗୁଲଜ କରି ମହିଳା ମାନଙ୍କୁ ମଧ୍ୟ ଅସଦାଚାରଣ କରୁଥିବାର ଦାଦନ ମାନେ ଅଭିଯୋଗ କରିବା ସହ ସେଠାରେ ଅନେକ ପରିବାରର ନାବାଳକ ମାନେ ରୋଗାକ୍ରାନ୍ତ ଥିବା ସେମାନଙ୍କ ଚିକିତ୍ସା ଠିକ ଭାବରେ ହେଇପାରୁନଥିବା କହିଛନ୍ତି।

ଏପରିକି ମାଲିକକୁ ଖାଇବା ଖର୍ଚ୍ଚ ମାଗିଲେ , ଔଷଧ ପାଇଁ ପାଇସା ମାଗିଲେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମହିଳା ମାନଙ୍କୁ ବେଶ୍ୟାଳୟରେ ବିକ୍ରି କରି ଟଙ୍କା ଅସୁଲି କରାଯିବ ବୋଲି ଧମକ ଦେଉଥିବା କହିଛନ୍ତି। ପାଟଣାଗଡ ବ୍ଳକ , ଖପ୍ରାଖୋଲ , ବେଲପଡା ବ୍ଲକ ଅଂଚଳରୁ ବନ୍ଧାପଡ଼ିଥିବା ଦାଦନ ମାନେ ମୁକ୍ତି ପାଇଁ ମୋବାଇଲ ଭିଡିଓ କରି ଅକୁଳ ନିବେଦନ କରିଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର