PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

କମିଶନରେଟ୍‌ ପୁଲିସ୍‌କୁ ୧୩ ବର୍ଷ : ହଟୁନି ମାନବ ସମ୍ବଳ ସମସ୍ୟା, ଖୋଲି ପାରିଲା ନାହିଁ ସାଇବର ସେଲ୍‌

ଭୁବନେଶ୍ୱର ୦୨/୦୧: କମିଶନରେଟ୍‌ ପୁଲିସ୍‌ ବ୍ୟବସ୍ଥା ୨୦୦୮ ଜାନୁଆରୀ ୧ ତାରିଖରେ ଟୁଇନ୍‌ ସିଟିରେ ଲାଗୁ ହୋଇଥିଲା । କଟକ ଓ ଭୁବନେଶ୍ୱରର ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ପାଇଁ ଆରମ୍ଭ ହୋଇଥିବା ବ୍ୟବସ୍ଥାକୁ ଏବେ ୧୨ ବର୍ଷ ପୂରି ୧୩ ବର୍ଷ ହେଲା । ତେବେ କମିଶନରେଟ୍‌ ପୁଲିସରେ ମୁଖ୍ୟ ସମସ୍ୟା ହେଉଛି ମାନବ ସମ୍ବଳର ଅଭାବ। ଏହା ସତ୍ତେ୍ୱ ଟୁଇନ୍‌ ସିଟିରେ କମିଶନରେଟ୍‌ ପୁଲିସ ଲୋକଙ୍କୁ ସେବା ଯୋଗାଇ ଆସିଛି । ସହାୟତା ଆପ୍‌, ପିଙ୍କ୍‌ ଅଟୋ, ବରିଷ୍ଠ ନାଗରିକ ସେଲ୍‌, ଆତ୍ମରକ୍ଷା ପ୍ରଶିକ୍ଷଣ, ଅଭିଯୋଗ ପ୍ରକୋଷ୍ଠ ଓ ମଧ୍ୟମ ଭଳି ଅନେକ ସେବା ଉପଲବ୍ଧ ହୋଇଛି । ଅପରାଧୀଙ୍କୁ ସାବାଡ୍‌ କରିବା କରିବା ପାଇଁ ସ୍ପେଶାଲ ସ୍କ୍ୱାର୍ଡ ଓ କୁଇକ୍‌ ଆକ୍ସନ୍‌ ଟିମ୍‌ ଗଠନ କରାଯାଇଛି । କିନ୍ତୁ ଅପରାଧ କମିବା ବଦଳରେ ଦିନକୁ ଦିନ ବଢ଼ିଚାଲିଛି । ତା’ଛଡା ପୁଲିସ୍‌ର ବ୍ୟବହାରରେ ପରିବର୍ତ୍ତନ ହେଉନି । ଥାନାକୁ ଆସୁଥିବା ଲୋକଙ୍କୁ ପୁଲିସ୍‌ ଭଲ ବ୍ୟବହାର କରୁନାହିଁ ।

୨୦୦୮ଜାନୁଆରୀ ୧ ତାରିଖରେ ଟୁଇନ୍‌ ସିଟିରେ ଲାଗୁ ହୋଇଥିଲା କମିଶନରେଟ୍‌ ପୁଲିସ୍‌ । ପ୍ରଥମ ପୁଲିସ୍‌ କମିଶନର ହୋଇଥିଲେ ସ୍ୱର୍ଗତ ବିନୟ ବେହେରା । ଏଜି ଛକରେ ଥିବା ଓଏସ୍‌ଆରଟିସି କୋଠାର ୪ଟି ରୁମ୍‌ରେ ଆରମ୍ଭ ହୋଇଥିଲା ଅଫିସ୍‌ । ଶ୍ରୀ ବେହେରା ୮ ମାସ ପୁଲିସ୍‌ କମିଶନର ହେଲା ପରେ ତାଙ୍କର ଅଚାନକ ବଦଳି ହୋଇଥିଲା । ନୂଆ କମିଶନର ହୋଇଥିଲେ ଓଏସ୍‌ଡିରେ ଥିବା ଆଇପିଏସ୍‌ ଅଫିସ୍‌ର ବିଜୟ କୁମାର ଶର୍ମା । ଶ୍ରୀ ଶର୍ମା ଓଏସ୍‌ଆରଟିସିରୁ ରାଜ୍ୟ ଅତିଥି ଭବନରେ ଥିବା ଆନେକ୍ସକୁ ଦପ୍ତର ଉଠାଇ ନେଇଥିଲେ । ସେଠି ମଧ୍ୟ ୪ଟି ରୁମ୍‌ରେ ଚାଲିଥିଲା ଅଫିସ୍‌ କାମ । ଏପେଟେ ୧୨୦ ବାଟାଲିୟନ ସମ୍ମୁଖରେ ଚାଲିଥିଲା କମିଶନରେଟ୍‌ ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟ । ପୁଲିସ୍‌ ମୁଖ୍ୟାଳୟ ନିର୍ମାଣ କଥା ବୁଝୁଥିଲେ ବର୍ତ୍ତମାନର ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ।
  

ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଅନ୍ୟ ବଡ଼ ବଡ଼ ସହରରେ ଥିବା ପୁଲିସ୍‌ ବ୍ୟବସ୍ଥା ଭଳି କମିଶନରେଟ୍‌ ପୁଲିସକୁ କରିବାକୁ ଲାଗି ପଡିଥିଲେ ଶ୍ରୀ ଶର୍ମା । ଟୁଇନ୍‌ ସିଟି ପାଇଁ ସ୍ପେଶାଲ୍‌ ବାଟାଲିଅନ, ଟ୍ରାଫିକ୍‌ ପ୍ରଶିକ୍ଷଣ କେନ୍ଦ୍ର, ରିଜର୍ଭ ପୁଲିସ୍‌ ବାରାକ ଓ ଅନ୍ୟ ସବୁ ବ୍ୟବସ୍ଥା କରା ଯାଇଥିଲା । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟ ଭଳି ଏଠାରେ ୮ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ଅଲଗା ଅଲଗା କର୍ମଚାରୀ ରହିବେ । ପୁଲିସ୍‌ ଶାସନ ବଦଳରେ ସେବା ଯୋଗାଇବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ୮ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା ହୋଇ ପାରିନାହିଁ ।
  

ଅପରାଧ ତଦନ୍ତ ଓ ଆଇନ୍‌ ଶୃଙ୍ଖଳା ନିୟନ୍ତ୍ରଣ ବିଭାଗ କମିଶନରେଟ୍‌ ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଉକ୍ତ ଦୁଇ ବିଭାଗକୁ ଅଲଗା କରାଯାଉ ନଥିବାରୁ ପୁଲିସ୍‌ ସବୁବେଳେ ହରଡ଼ଘଣାରେ ପଡୁଛି । ବିଭିନ୍ନ ପର୍ବପର୍ବାଣୀରେ ଆଇନ୍‌ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ପୁଲିସ୍‌ ନାକେଦମ ହୋଇପଡୁଛି । ଖାରବେଳନଗର ଓ କ୍ୟାପିଟାଲ ଥାନା ପୁଲିସ୍‌ଙ୍କ ଅଧିକାଂଶ ସମୟ ଧାରଣାସ୍ଥଳରେ ବିତୁଛି । ରାଜଧାନୀକୁ କୌଣସି ଭିଭିଆଇପି ଆସିଲେ ତ କଥା ସରିଲା । ଏସବୁ ମଧ୍ୟରେ କୌଣସି ଅପରାଧିକ ଘଟଣା ତଦନ୍ତ କରିବା ସହ ଅପରାଧୀଙ୍କୁ ଧରିବାରେ ପୁଲିସ୍‌ ଫେଲ୍‌ ମାରୁଛି । ଦୀର୍ଘ ୧୨ ବର୍ଷ ମଧ୍ୟରେ ଅନେକଥର ଏ ପ୍ରସଙ୍ଗ ଗଣମାଧ୍ୟମରେ ଉଠିଛି । ହେଲେ, ମାନବ ସମ୍ବଳର ଅଭାବ ଦେଖାଇ ପୁଲିସ୍‌ ବିଭାଗ ଏ ଘଟଣାକୁ ଏଡ଼ାଇ ଚାଲିଛି । ୧୨ ବର୍ଷ ପରେ ମଧ୍ୟ କମିଶନରେଟ୍‌ ପୁଲିସ୍‌ରେ ସାଇବର ସେଲ୍‌ ଖୋଲି ପାରିଲା ନାହିଁ । ସାଇବର ଠକେଇ ସମ୍ପର୍କିତ ଅଭିଯୋଗ ଥାନାରେ ରଖୁ ନାହାନ୍ତି । ଫଳରେ ଅଭିଯୋଗକାରୀ ନାକେଦମ ହେଉଛି।

ଖୋଲିଛି ୧୦ ନୂଆ ଥାନା

କଟକ-ଭୁବନେଶ୍ୱରରେ ୩୫ ଟି ଥାନା ଥିଲାବେଳେ କମିଶନରେଟ୍‌ ପୁଲିସ୍‌ ଆରମ୍ଭ ହୋଇଥିଲା । ଦୁଇ ବର୍ଷ ପରେ ଅର୍ଥାତ ୨୦୧୦ ବେଳେ ଗୋଟିକ ପରେ ଗୋଟିଏ ଥାନା ଖୋଲିଲା । କଟକରେ ବାଦାମବାଡି, କନ୍ଦରପୁର, ସିଡିଏ ଫେଜ୍‌-୨ ଥାନା ପ୍ରତିଷ୍ଠା ହେଲା । ସେହି ଭଳି ଭୁବନେଶ୍ୱରରେ ଇନ୍‌ଫୋସିଟି, ନନ୍ଦନକାନନ, ତମାଣ୍ଡୋ, ଧଉଳି, ଏୟାରପୋର୍ଟ ଥାନା, ଚନ୍ଦ୍ରଶେଖରପୁ ଟ୍ରାଫିକ୍‌ ଥାନା ଖୋଲିଥିଲା । ଏବେ ଟୁଇନ୍‌ ସିଟିରେ ଥାନା ସଂଖ୍ୟା ୪୫ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର