ମରିବା ପୂର୍ବରୁ ତାଙ୍କର ଶେଷ ଇଚ୍ଛା ସମ୍ପର୍କରେ କହିଲେ ଟ୍ୱିଙ୍କିଲ୍ ଖାନ୍ନା, ଜାଣନ୍ତୁ ପୂରା ଘଟଣା…

ମୁମ୍ୱାଇ ୧୩।୪: ବଲିଉଡ ଅଭିନେତ୍ରୀ ଟ୍ୱିଙ୍କିଲ ଖାନ୍ନା ଫିଲ୍ମରେ କାମ କରିବା ଛାଡିଦେଇଛନ୍ତି । କିନ୍ତୁ ସବୁବେଳେ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି । ନିଜର ଅନ୍ଦାଜ ପାଇଁ ଅକ୍ଷୟ କୁମାରଙ୍କ ସ୍ତ୍ରୀ ବି-ଟାଉନଠାରୁ ଆରମ୍ଭ କରି ଫ୍ୟାନମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟନ୍ତି । ସେ ସବୁବେଳେ ନିଜ ପରିବାରର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥାନ୍ତି । ତେବେ ନିକଟରେ ଟ୍ୱିଙ୍କିଲ୍ ଏକ ଫଟୋ ସହ ଅଜବ ଇଛା ଥିବା ନିଜ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି ।

ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରି ଟ୍ୱିଙ୍କଲ୍ ଖାନ୍ନା ଲେଖିଛନ୍ତି, ‘ଆଶା କରୁଛି ମୋର ଏହି ନୂଆ ଫଟୋ ସମସ୍ତଙ୍କୁ ଭଲ ଲାଗିବ । ଏହା ବହୁତ ମୂଲ୍ୟବାନ୍ ଅଟେ ଯେଉଁଥିପାଇଁ ଫଟୋଗ୍ରାଫର ତାହାକୁ କ୍ୟାପଚର୍ କରିଛନ୍ତି, ଯାହାକି ମୋ ଆତ୍ମା ବୋଲି କହିବାକୁ ଚାହୁଁଛି । ମୁଁ ଆଶା କରୁଛି ଯେବେ ମୁଁ ମରିବି ତ ଏହି ଫଟୋକୁ ବଡ଼ ଫ୍ୟାନ୍ସି ଫ୍ରେମରେ ସଜାଯିବ ଏବଂ ଏହାର ଚାରିପଟେ ଲୋକମାନେ ଫୁଲର ମାଳା ଦେବେ । ଏହାସହ ମୋର ପ୍ରାର୍ଥନା ସଭାରେ ସାମିଲ ହେବେ ।