ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ଲକ୍ଷ୍ନୌ,୩୦।୧୧: ଶରୀର ସହ ଯୋଡି ହୋଇଥିବା ଦୁଇ ଜାଆଁଳା ଶିଶୁଙ୍କୁ ଲକ୍ଷ୍ନୌର କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସଟି (KGMU)୮ ଘଣ୍ଟାର ସର୍ଜରୀ ପରେ ସଫଳତାପୂର୍ବକ ଅଲଗା କରିଦିଆଯାଇଛି। ଦୁଇଟି ଶିଶୁର ଛାତି ଓ ପେଟ ପରସ୍ପର ସହିତ ଯୋଡି ହୋଇ ରହିଥିଲେ। କୁଳପତି ଡକ୍ଟର ବିପିନ ପୁରୀ କହିଛନ୍ତି, କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ଇତିହାସରେ ପ୍ରଥମ ଥର ହୋଇଥିଲା, ଯେତେବେଳେ ଦୁଇଟି ଜାଆଁଳା  ଶିଶୁଙ୍କୁ ଅଲଗା କରିବାର ସଫଳତାପୂର୍ଣ୍ଣ ଅପରେସନ୍ କରାଯାଇଛି।

କୁଶିନଗରରେ ରହୁଥିବା ପ୍ରିୟଙ୍କାଙ୍କ ଦୁଇ ଜାଆଁଳା ଶିଶୁ କେଜିଏମୟୁ ହସ୍ପିଟାଲରେ ସଫଳ ଅପରେସନ୍ କରିଛନ୍ତି। କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର କୁଳପତି ଅବସରପ୍ରାପ୍ତ ଲେଫ୍ଟନେଣ୍ଟ ଜେନେରାଲ ଡାକ୍ତର ବିପିନ ପୁରୀ କହିଛନ୍ତି, କରୋନା କାରଣରୁ ଏହି ଦୁଇ ଶିଶୁଙ୍କର ଅପରେସନ୍ ହୋଇପାରିନଥିଲା। ଗତ କିଛି ଦିନ ଧରି ଦୁଇ ଶିଶୁଙ୍କର ଅପରେସନ୍ କରାଯାଇଥିଲା। ତାଙ୍କର ଛାଡି ଓ ପେଟ ପରସ୍ପର ସହତ ଯୋଡି ହୋଇ ରହିଥିଲା। ଏହି ଅପରେସନ୍ ପ୍ରାୟ ୭ରୁ ୮ ଘଣ୍ଟା ଚାଲିଥିଲା। ଏହାର ସମସ୍ତ ଖର୍ଚ୍ଚ ସରକାରଙ୍କ ଆୟୁଷ୍ମାନ ଭାରତ ସ୍କିମ୍ ବ୍ୟବହାର କରି ପରିବାର ଲୋକ କରିଥିଲେ।

ଅପରେସନକୁ ସଫଳ କରିବା ପାଇଁ ଅନ୍ୟ ବିଭାଗର ସର୍ଜନଙ୍କର ମଧ୍ୟ ସାହାଯ୍ୟ ନିଆଯାଇଥିଲା। ଯେପରିକି କାର୍ଡିଆକ୍ , ଲିଭର, ପ୍ଳାଷ୍ଟିକ୍ ସର୍ଜରୀ କରୁଥିବା ଡାକ୍ତର ମଧ୍ୟ ଏହି ଅପରେସନରେ ସାମିଲ ଥିଲେ। ଅପରେସନ୍ ପରେ ଦୁଇ ଶିଶୁଙ୍କୁ ଆଇସିୟୁରେ ରଖାଯାଇଛି, ଏବେ ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଦୁଇ ଶିଶୁଙ୍କର ସଫଳ ଅପରେସନ୍ ପରେ ପରିବାର ଲୋକ ଖୁବ୍ ଖୁସି ହୋଇଯାଇଛନ୍ତି।