PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମା’ ଗର୍ଭରେ ଯେତେବେଳେ ମାରପିଟ ହେଲେ ଦୁଇ ଜାଆଁଳା ଶିଶୁ, ଜାଣନ୍ତୁ ପୁରା ଘଟଣା ଓ ଦେଖନ୍ତୁ ଭିଡିଓ

ବେଜିଂ,୧୮।୪: ବିଶ୍ବରେ ଜାଁଆଳା ସନ୍ତାନଙ୍କୁ ନେଇ ଅନେକ ଅଦ୍ଭୁତ ଘଟଣା ଆମେ ଦେଖିସାରିଛେ। କିନ୍ତୁ ଚୀନରେ ଦେଖିବାକୁ ମିଳିଛି ଆଉ ଏକ ଅଦ୍ଭୁତ ଘଟଣା। ତାହା ହେଲା ମା’ଗର୍ଭରେ ଥିବା ଦୁଇ ଜାଆଁଳା ଶିଶୁ ପରସ୍ପର ମୁଥ ମରାମରି ହେଉଥିବାର ଭିଡିଓ ଦେଖିବାକୁ ମିଳିଛି। ଏହି ଭିଡିଓଟି ଅଲଟ୍ରା ସାଉଣ୍ଡ କରାଯାଇଥିବା ବେଳେ ଦେଖିବାକୁ ମିଳିଛି। ଅଲଟ୍ରା ସାଉଣ୍ଡ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

source: https://www.theepochtimes.com

ଗଣମାଧ୍ୟମର ଖବର ଅନୁସାରେ, ଚୀନର ଏହି ଭିଡିଓଟି ଗତ ବର୍ଷ ସେୟାର କରାଯାଇଥିଲା। ୪ ମାସର ଗର୍ଭବତୀ ଜଣେ ମହିଳା ଜାଆଁଳା ଶିଶୁଙ୍କ ଜନ୍ମ ଦେବାକୁ ଥିଲେ। ଗତବର୍ଷ ୟିନଚୁଆନର ଏକ କ୍ଲିନିକରେ ତାଙ୍କର ଅଲଟାସାଉଣ୍ଡ କରାଯାଇଥିଲା। ଏହି ଭିଡିଓ ଦୁଇ ଶିଶୁଙ୍କର ବାପା ଟାଓ ସୁଟିଂ କରିଥିଲେ। ଜାଆଁଳା ଶିଶୁଙ୍କ ବାପା ସ୍ଥାନୀୟ ଗଣମାଧ୍ୟମକୁ ତାଙ୍କ ସାକ୍ଷାତକାରରେ କହିଛନ୍ତି ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ମୁଥ ମରାମରି ହୋଇଥିଲେ।

ଏହି ଭିଡିଓଟି ଚୀନରେ ଖୁବ୍ ଭାଇରାଲ ହୋଇଛି। ଟାଓ ଏହି ଭିଡିଓକୁ ଆପ ଡାଓୟିନରେ ସେୟାର କରିଛନ୍ତି। ପ୍ରକୃତ ଭିଡିଓକୁ ସୋସିଆଲ ମିଡିଆରେ ୨.୫ ମିଲିୟନ ଲୋକ ଦେଖିସାରିଥିବା ବେଳେ  ୮୦ ହଜାର ଲୋକ କମେଣ୍ଟ ଦେଇଛନ୍ତି। ଏବେ ଏହି ଜାଁଆଳା ଶିଶୁ ଜନ୍ମଗ୍ରହଣ କରିସାରିଛନ୍ତି। ଦୁହେଁ ଝିଅ ହୋଇଥିବା ବେଳେ, ଜଣଙ୍କର ନାମ ଚେରି ଓ ଅନ୍ୟଜଣଙ୍କର ଷ୍ଟ୍ରବେରୀ ବୋଲି ରଖାଯାଇଛି। ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି ଏହା ପେଟ ଭିତରେ ଲଢେଇ, କିନ୍ତୁ ବାହାରକୁ ଆସିବା ପରେ ଜଣେ ଆଉ ଜଣକୁ ଖୁବ୍ ଭଲ ପାଇବେ।

source: https://www.dailymail.co.uk

ଜାଁଆଳା ଶିଶୁଙ୍କର ବାପା କହିଛନ୍ତି, ଆଉ ଥରେ ଯେତେବେଳେ ଅଲଟ୍ରାସାଉଣ୍ଡ ହୋଇଥିଲା ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଥିଲା। ଏବେ ଜନ୍ମ ହେବାପରେ ଦୁହେଁ ପରସ୍ପରକୁ ଖୁବ୍ ଭଲପାଆନ୍ତି ଏବଂ ଯତ୍ନ ନିଅନ୍ତି ବୋଲି ତାଙ୍କ ବାପା ଟାଓ ଏକ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର