PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଣୁପୁର: କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ କେନ୍ଦୁଗୁଡା ଥାନା ଏଏସଆଇ
  • ||
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ଗଜପତି, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶରେ ସହଯୋଗ ପାଇଁ ଗଜପତି ଦେଲେ ପ୍ରତିଶ୍ରୁତି
  • ||
  • ନୂଆପଡ଼ାରେ ହଳଦୀ ଗାଁରେ ପୁଣି ବାଘ ଆତଙ୍କ , କ୍ୟାମେରାରେ କଏଦ ହେଲା ବାଘ ବସିଥିବା ଫଟୋ , ଲୋକେ ଭୟଭୀତ, ଗାଁରେ ବନ କର୍ମଚାରୀ ଉପସ୍ଥିତ, ୩ ବର୍ଷ ହେଲା ଲାଗି ରହିଛି ବାଘ ଆତଙ୍କ
  • ||
  • ପଶ୍ଚିମବଙ୍ଗରେ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି , ୫୭ଟି ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ , ନନ୍ଦୀଗ୍ରାମରେ ମମତାଙ୍କ ବିରୋଧରେ ଲଢ଼ିବେ ଶୁଭେନ୍ଦୁ ଅଧିକାରୀ
  • ||
  • ସୋନପୁର: ସୁବୁଳିଆ ଗାଁରେ ଗୋଷ୍ଠୀ ସଂଘର୍ଷ, ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର
  • ||
  • ପୁଣି ରାଜଧାନୀରେ ୪୦ ଡ଼ିଗ୍ରୀ ଟପିଲା ତାତି
  • ||
  • ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୧୬ଟି ପ୍ରସ୍ତାବରେ ବାଜିଲା ମୋହର
  • ||
  • ବାସୁଦେବପୁର : ତାରିଣୀ ଛକ ସ୍ଥିତ ଟ୍ରାକ୍ଟର ଗ୍ୟାରେଜ୍‌ରେ ଅଘଟଣ , କାମ କରୁଥିବା ବେଳେ ଟ୍ରାକ୍ଟର ଟାୟାର ଫାସି ଗ୍ୟାରେଜ୍‌ ମେକାନିକଙ୍କ ମୃତ୍ୟୁ
  • ||
  • ଓଡ଼ିଶାର ୧୦ ଜିଲ୍ଲାରେ କରୋନା ଚିନ୍ତା , ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଏନେଇ ଟେଷ୍ଟିଂ ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ
  • ||
  • ବଲାଙ୍ଗିର: ବାହାର ରାଜ୍ୟରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ପାଟଣାଗଡ଼ ଅଞ୍ଚଳର ୨୫ ଶ୍ରମିକ
  • ||
  • ଅହମ୍ମଦାବାଦ ଟେଷ୍ଟ : ଭାରତ ୩-୧ରେ ସିରିଜ୍ ବିଜୟୀ
  • ||
  • ଟିଟିଲାଗଡ଼: ଟିଟିଲାଗଡରେ ଉତ୍କଟ ଜଳ ସମସ୍ୟା, ସିରଭଟା ପଡାରେ ପାଣି ପାଇଁ ରାସ୍ତାରୋକ
  • ||
  • ଆସ୍ଥା ଭୋଟ୍ ଜିତିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ, ଜଗମୋହନରେ ବାନ୍ତି କଲେ ଭକ୍ତ
  • ||
  • ସମ୍ବଲପୁର: ହୀରାକୁଦ ଅଶୋକ ନିବାସରେ ହାଇକୋର୍ଟ ବିଚାରପତି ସି.ଆର୍ ଦାସଙ୍କ ସମୀଖ୍ୟା ବୈଠକ, ସାମିଲ ହୋଇଛନ୍ତି ବିଭିନ୍ନ ଜିଲ୍ଲାର ବିଚାରପତି
  • ||
  • ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମୃତ
  • ||
  • କେନ୍ଦୁଝର: ଇସ୍ପାତ କାରଖାନା ଦାବିରେ କେନ୍ଦୁଝରରେ ବିଜେପି ଯୁବ ମୋର୍ଚ୍ଚାର ପକ୍ଷରୁ ବିକ୍ଷୋଭ
  • ||
  • ଭୁବନେଶ୍ବର: ରାଜଧାନୀରେ ବିଚ୍ ରାସ୍ତାରେ ମର୍ଡର, ସିଆର୍‌ପିଏପ୍ ଛକ ନିକଟରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଲକ୍ଷ୍ମୀପୁର: ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଲକ୍ଷ୍ମୀପୁର ପୋଲିସ, ଯୁବକ ଅଟକ
  • ||
  • ଭବାନୀପାଟଣା: ଜିଲ୍ଲା ସେସନ ଜଜ କୋର୍ଟ ଉଦ୍‌ଘାଟନ୍ କଲେ ମୁଖ୍ୟ ବିଚାରପତି ହାଇକୋର୍ଟ ଡ଼. ଏସ ମୁରଲୀଧର
  • ||

ନୂଆ ମୋଡ଼ରେ କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ: ‘ଝିଅକୁ ବିକ୍ରି କରିବାକୁ ନିଆଯାଇଛି’

ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ ଆଜି ନୂଆ ମୋଡ଼ ନେଇଛି । ତାଙ୍କ ଝିଅ ସମଲିଙ୍ଗୀ ବିବାହ କରିନାହାନ୍ତି ବରଂ ତାଙ୍କୁ ପ୍ରଲୋଭିତ କରାଇ ଏପରି କରାଯାଇଥିବା ଜଣେ ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଯୁବତୀଙ୍କର ବାପା ବିବାହ ନେଇ ଆପତ୍ତି ଉଠାଇବା ସହ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ଚର୍ଚ୍ଚା ସୃଷ୍ଟି କରିଛି । ତନ୍ତ୍ରମନ୍ତ୍ର ସହାୟତାରେ ତାଙ୍କ ଝିଅକୁ ବଶ ପରେ ଏ କାମ କରାଯାଇଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ଥାନା ପୁଲିସ ତଦନ୍ତ ଆରମ୍ଭ କରିଦେଇଛି । ଦୁଇ ଜଣ ଯାକ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ହେବେ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ରହିଆସୁଛନ୍ତି ଉକ୍ତ ଯୁବତୀ, ଯାହାଙ୍କ ବୟସ ୨୮ ବର୍ଷ ହେବ । ବାପାମା’ଙ୍କ ଦୁଇ ଝିଅ ମଧ୍ୟରେ ସେ ସବା ବଡ଼ । କେନ୍ଦ୍ରାପଡ଼ାରୁ ପଢ଼ା ସାରିବା ପରେ କଟକରେ ରହି ବୃତ୍ତିଗତ ତାଲିମ ନେଇଥିଲେ । ପରେ କଟକସ୍ଥିତ ଏକ ଘରୋଇ ସଂସ୍ଥାରେ ଯୋଗଦାନ କରିଥିଲେ । ସମ୍ପର୍କୀୟ ଭଉଣୀ ହୋଇଥିବାରୁ ମହାକାଳପଡ଼ା ଅଞ୍ଚଳରେ ଥିବା ବନ୍ଧୁଘରର ଯୁବତୀ ବା ଭଉଣୀଙ୍କ ସହ ତାଙ୍କର ପୂର୍ବରୁ ଚିହ୍ନା ପରିଚୟ ଥିଲା ଯାହା ସେମାନଙ୍କୁ ଅଧିକ ମିଳାମିଶା କରିବାକୁ ପରୋକ୍ଷରେ ସହାୟକ ହୋଇଥିଲା । ମହାକାଳପଡ଼ା ଅଞ୍ଚଳର ଉକ୍ତ ଯୁବତୀ/ସମ୍ପର୍କୀୟ ଭଉଣୀଙ୍କ ସହ ଭଲମନ୍ଦ, ସୁଖଦୁଃଖ ସବୁକିଛି ବାଣ୍ଟୁଥିଲେ । ପରେ ସେ ବି ଯାଇ କଟକରେ କାମ କରୁଥିବା କମ୍ପାନୀରେ ଯୋଗଦେବା ସହ ଏକାଠି ରହିଥିଲେ । ପରେ ସେମାନଙ୍କ ମଧ୍ୟରେ କୁଆଡ଼େ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା ।
କେହି କାହାରିକୁ କହିନଥିଲେ ବି ସବୁ ଯେମିତି ଉଭୟଙ୍କ ସମ୍ମତିରେ ଆପଣାଛାଏଁ ହୋଇଯାଇଥିଲା, ତାହା କାହାରିକୁ ଜଣାନଥିଲା । ଦୁଇ ଝିଅ ହୋଇଥିବାରୁ ଉଭୟଙ୍କ ପରିବାରର ସନ୍ଦେହର ଅବକାଶ ନ ଥିଲା କ’ଣ ଚାଲିଥିଲା ସେମାନଙ୍କ ମଧ୍ୟରେ । କେହି ବି ଏକଥା କେବେ ଚିନ୍ତା କରିନଥିଲେ, ଏମିତି ଦିନେ ଘଟିବ ବୋଲି । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଯୁବତୀ ବାହାରେ ରହୁଥିଲେ ବି ସେ ବିବାହଯୋଗ୍ୟ ହୋଇ ସାରିଥିବାରୁ ତାଙ୍କର ବିବାହ ଲାଗି ପରିବାର ତରଫରୁ ବାରମ୍ୱାର ଚାପ ସୃଷ୍ଟି ହେଉଥିଲା । ତାଙ୍କର ବିବାହ ସରିଲେ ପୁଣି ସାନଝିଅର ବିବାହ ରହିଛି । ତେଣୁ ବାପାମା’, ପରିବାର ଖୁବ୍‍ ବ୍ୟସ୍ତ ଥିଲେ ତାଙ୍କର ବିବାହକୁ ନେଇ ।
ଏହା ମଧ୍ୟରେ ଏସବୁ ଘଟିଯାଇଥିଲା ଯାହା ପରିବାର ଲୋକଙ୍କ ତାଜୁବ୍ କରିଦେଇଛି । ସେମାନଙ୍କର ଅଭିଯୋଗ, ତାଙ୍କ ଝିଅ ମହାକାଳପଡ଼ା ଥାନା ଅଞ୍ଚଳରେ ଥିବା ତାଙ୍କ ଭଉଣୀ ଘରକୁ ୪ ଦିନ ତଳେ ବୁଲିବାକୁ ଯାଇଥିଲେ । ତାଙ୍କ ଭିଣୋଇଙ୍କର ଭାଣିଜୀ ଏବଂ ଝିଅ ସାଙ୍ଗ ହୋଇ ପଟ୍ଟାମୁଣ୍ଡାଇ କଲେଜକୁ ସାର୍ଟିଫିକେଟ ଲାଗି ଆସିଥିଲେ । ସାର୍ଟିଫିକେଟ ନେଇ ତାଙ୍କ ଗାଁକୁ ଯିବା କଥା, ହେଲେ ତାଙ୍କ ଭିଣୋଇଙ୍କର ଭାଣିଜୀ ପ୍ରଲୋଭିତ କରି ତାଙ୍କ ଝିଅକୁ ଚେନା୍ନଇ ନେଇ ଯାଇଥିଲେ । ଫେରିବାରେ ବିଳମ୍ୱ ହେବାରୁ ଭଉଣୀଙ୍କୁ ଫୋନ୍‍ କରି ଜଣାଇଥିଲେ । ଭଉଣୀ କହିଥିଲେ, ତାଙ୍କର ଭାଣିଜୀଙ୍କ ସହ ସେ ଗତକାଲି ଗାଁକୁ ଯାଇଛନ୍ତି, ସେମାନେ ଖୁବ୍ ଶୀଘ୍ର ପହଞ୍ଚିଯିବେ । ତାଙ୍କ ଝିଅର ଫୋନ୍ ସୁଇଚ୍‍ ଅଫ୍ ଦେଖାଉ ଥିବାବେଳେ ଭାଣିଜୀଙ୍କର ଫୋନ୍‍ ଲାଗିଥିଲା । ଆଉ ଫୋନ୍ରେ ସଂପୃକ୍ତ ଭାଣିଜୀ ସେମାନେ ଟ୍ରେନ୍‍ ଯୋଗେ ଚେନ୍ନାଇ ଯାଉଥିବା କହିଥିଲେ ଏବଂ ତାଙ୍କ ଝିଅ କାନ୍ଦୁଥିବା ସେମାନେ ଶୁଣିଥିଲେ । ଫୋନ୍‍ ଛଡ଼ାଇ ନେଇ ସେଠାରେ ଥିବା ଅନ୍ୟ ଜଣେ କେହି ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଝିଅକୁ ଚେନ୍ନାଇରେ ବିକ୍ରିକରି ଦେହ ବ୍ୟବସାୟରେ ଲଗାଇବୁ ବୋଲି କହିଥିଲେ । ପୂରା ପରିବାର ଭୟଭୀତ ଅବସ୍ଥାରେ ଥିବା ବେଳେ ତୁରନ୍ତ ତାଙ୍କ ଝିଅକୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି ।