PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପୁଣି ବିବାଦରେ ଟ୍ୱିଟର୍‌ ଆପ୍‌: ୧.୭ କୋଟିର ମୋବାଇଲ ନମ୍ବର ଓ ଡାଟା ଲିକ୍‌ ଅଭିଯୋଗ

ନୂଆଦିଲ୍ଲୀ ୨୬/୧୨: ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ୱିଟର୍‌କୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି । ଏହି ସାଇଟ୍‌ରେ ପୁଣି ଡାଟା ଲିକ୍‌ ହୋଇଛି । ପାଖାପାଖି ୧.୭ କୋଟି ଟ୍ୱିଟର୍‌ ବ୍ୟବହାରକାରୀଙ୍କ ମୋବାଇଲ ନମ୍ବର ଲିକ୍‌ ହୋଇଥିବା ଜଣାପଡ଼ିଛି ।

ଜଣେ ନିରାପତ୍ତା ଗବେଷକ ଦାବି କରିଛନ୍ତି ଯେ ଟ୍ୱିଟର୍‌ ମୋବାଇଲ୍‌ ଆପ୍‌ରେ ବଡ଼ ତ୍ରୁଟି ରହିଛି, ଯଦ୍ଦ୍ୱାରା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଲିକ୍‌ ହେଉଛି । ଏମିତି କି ସେ ନିଜେ ୧.୭ କୋଟି ଫୋନ୍‌ ନମ୍ବରକୁ ବ୍ୟବହାରକାରୀଙ୍କ ଆକାଉଣ୍ଟ ସହ ମେଳ ଖୁଆଇବାରେ ସମର୍ଥ ହୋଇଥିବା ଦାବି କରିଛନ୍ତି । ତାଙ୍କ କହିବାନୁଯାୟୀ ଫୋନ୍‌ ନମ୍ବର ଲିକ୍‌ ହୋଇଥିବା ୟୁଜରଙ୍କ ମଧ୍ୟରେ କିଛି ପ୍ରଭାବଶାଳୀ ରାଜନେତା ଏବଂ ସରକାରୀ ଅଧିକାରୀ ରହିଛନ୍ତି । ଏହି ତ୍ରୁଟି ଟ୍ୱିଟର୍‌ର ଆଣ୍ଡ୍ରଏଡ୍‌ ଆପ୍‌ରେ ଦେଖିବାକୁ ମିଳିଛି । ଟେକ୍‌କ୍ରଞ୍ଚ୍‌ର ଏକ ରିପୋର୍ଟ ମୁତାବକ ରିସର୍ଚ୍ଚର ଇବ୍ରାହିମ୍‌ ବାଲିକ୍‌ ନିଜ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଟ୍ୱିଟର୍‌ର ଆଣ୍ଡ୍ରଏଡ୍‌ର ଆପ୍‌ର କଣ୍ଟାକ୍ଟ ଅପ୍‌ଲୋଡ୍‌ ବୈଶିଷ୍ଟ୍ୟ ମାଧ୍ୟମରେ ଟ୍ୱିଟର୍‌ରେ ଜେନେରେଟ୍‌ ହୋଇଥିବା କଣ୍ଟାକ୍ଟର ସମ୍ପୂର୍ଣ୍ଣ ତାଲିକାକୁ ଅପ୍‌ଲୋଡ୍‌ କରାଯାଇ ପାରିବ । ଇବ୍ରାହିମ୍‌ ନିଜ ଦୁଇମାସ ବ୍ୟାପୀ ଗବେଷଣାରୁ ଟ୍ୱିଟର୍‌ ଆପ୍‌ରେ ଏହି ତ୍ରୁଟି ଯୋଗୁ ଇସ୍ରାଏଲ୍‌, ତୁର୍କୀ, ଇରାନ୍‌, ଗ୍ରିସ୍‌, ଫ୍ରାନ୍ସ ଓ ଜର୍ମାନୀ ଭଳି ରାଷ୍ଟ୍ରର ଉପଭୋକ୍ତା ଅଧିକ ପ୍ରଭାବିତ ହୋଇଛନ୍ତି ।