ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ନୂଆଦିଲ୍ଲୀ,୧୧।୧୨: ମାତ୍ର ୩୪ ବର୍ଷ ବୟସରେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇ ସାନା ମାରିନ୍ ବିଶ୍ବର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସାନା ପ୍ରଧାନମନ୍ତ୍ରୀ ହେବାପରେ ବିଶ୍ବର ରାଜନୈତିକ ଚିତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତାହା ହେଲା ସାନା ତାଙ୍କର କ୍ୟାବିନେଟରେ ୧୨ ଜଣ ମହିଳାଙ୍କୁ ମନ୍ତ୍ରୀ କରିବାକୁ ଯାଉଛନ୍ତି।  ସୋସିଆଲ ଡେମୋକ୍ରାଟିକ୍ ପାର୍ଟିର ସାନା ମାରିନ୍ ୪ଟି ଦଳ ସହିତ ମିଶି ମିଳିତ ସରକାର ଗଠନ କରିବାକୁ ଯାଉଛନ୍ତି।

ସବୁଠାରୁ ବଡ କଥା ହେଲା ଏହି ୩ଟି ଦଳର ଲିଡର ୩୫ ବର୍ଷ ଭିତରେ ରହିଛନ୍ତି। ସେମାନେ ହେଲେ ଲି ଆଣ୍ଡରସନ୍(୩୨), କାଟ୍ରି କୁଲମୁନି(୩୨) ମାରିଆ ଓହିସାଲୋ(୩୪) ଓ ଆନ୍ନା ମା-ଜା ହେନେରିକସନ୍(୫୫)। ଏହା ସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସାନା ତାଙ୍କର କ୍ୟାବିନେଟରେ ୧୨ ଜଣ ମହିଳା ଏବଂ ୭ ଜଣ ପୁରୁଷଙ୍କୁ ସ୍ଥାନ ଦେଇଛନ୍ତି। ଏହି ଖବର ଟ୍ବିଟରରେ ଯୋରଦାର ଭାବରେ ଭାଇରାଲ ହେବା​‌ରେ ଲାଗିଛି। ଏହା ସହିତ ସାନାଙ୍କ ସହ ତାଙ୍କ କ୍ୟାବିନେଟର ସଦସ୍ୟଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା