PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଟ୍ବିଟର ସିଇଓଙ୍କ ଆକାଉଣ୍ଟ ହ୍ୟାକ୍, ଆସୁଛି ଏଭଳି ଆପତ୍ତିଜନକ ଟ୍ବିଟ୍ସ୍

ସାନ୍‌ ଫ୍ରାନ୍ସିସ୍କୋ ୩୧।୮: ଟ୍ବିଟର ପ୍ରତିଷ୍ଠାତା ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡୋର୍ସୀଙ୍କ ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍‌ ହୋଇଯାଇଛି। ତାଙ୍କ ଆକାଉଣ୍ଟରୁ ହ୍ୟାକର ଆକାଉଣ୍ଟ ହ୍ୟାକ୍ କରି ସେଥିରେ ଅନେକ ଆପତ୍ତିଜନକ ଟ୍ବିଟସ କରିଛି। ଟ୍ବିଟର ପକ୍ଷରୁ ଏ ନେଇ ସୂଚନା ଦେଇ ସ୍ପଷ୍ଟ କରାଯାଇଛି।

ଟ୍ବିଟର ପ୍ରତିଷ୍ଠାତାଙ୍କ ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଏହାର ବ୍ୟବହାରକାରୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ଜ୍ୟାକ୍‌ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଥିବାବେଳେ କୋଟି କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟଙ୍କ କିପରି ସୁରକ୍ଷିତ ରହିବ ବୋଲି ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି। ବହୁ ବ୍ୟବହାରକାରୀ କ’ଣ ପାଇଁ ଟ୍ବିଟର ପ୍ରତିଷ୍ଠାତା ନିଜ ଆକାଉଣ୍ଟକୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେଶନ ନିରାପତ୍ତା ମଧ୍ୟରେ ରଖିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଟ୍ବିଟର ଏହାର ମୁଖ୍ୟଙ୍କ ଆକାଉଣ୍ଟକୁ ନିରାପଦ ରଖି ନ ପାରିବା ଅନେକ ବ୍ୟବହାରକାରୀଙ୍କୁ ବିବ୍ରତ କରିଛି।

ଟ୍ବିଟରର ଜଣେ ମୁଖପାତ୍ର କହିଛନ୍ତି, ହ୍ୟାକର୍ସ ଜ୍ୟାକ୍‌ଙ୍କ ଆକାଉଣ୍ଟରେ ଅନେକ ଜାତିଗତ ଆକ୍ଷେପ କରି ମେସେଜ ପୋଷ୍ଟ କରିଛନ୍ତି। ଏହା ସହିତ ‘ହାଜ୍‌ ଟ୍ୟାଗ୍‌ ଚକଲିଂ ସ୍କ୍ବାଡ୍‌’ ଲେଖାଯାଇଛି, ଯାହା ହ୍ୟାକରଙ୍କ ପରିଚୟ ବୋଲି ସେ କହିଛନ୍ତି। ଆଉ ଏକ ମେସେଜରେ ଜର୍ମାନୀର ନାଜିମାନଙ୍କୁ ସମର୍ଥନ କରାଯାଇଛି।

ଏହା ପୂର୍ବରୁ ୨୦୧୬ରେ ଜ୍ୟାକ୍‌ ଡୋର୍ସୀଙ୍କ ଆକାଉଣ୍ଟ ହ୍ୟାକ୍ ହୋଇସାରିଛି। ସେତେବେଳେ ଅବରମାଇନ ନାମକ ଜଣେ ହ୍ୟାକର ଗ୍ରୁପ ତାଙ୍କ ଆକାଉଣ୍ଟରୁ ଅନେକ ଆପତ୍ତିଜନକ ମ୍ୟାସେଜ୍ କରିଥିଲା।

ସମ୍ବନ୍ଧିତ ଖବର