୯୮ ଟଙ୍କା ଦରମା ନେଲେ ଟୁଇଟର ସିଇଓ

EUROPE-SQUAREUP/
ନୂଆଦିଲ୍ଲୀ,୯ା୪(ଏଜେନ୍ସି):ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି ୨୦୧୮ ସମ୍ପୂର୍ଣ୍ଣ ବର୍ଷରେ ୧.୪୦ ଡଲାର(ଭାରତୀୟ ମୁଦ୍ରାରେ ୯୭.୪୨ ଟଙ୍କା) ଦରମା ନେଇଛନ୍ତି । ୨୦୦୮ରେ ସେ ଏହି ପଦରୁ ଓହରିଯାଇଥିବାବେଳେ ୨୦୧୫ରେ ପୁନଃ ଫେରିଥିଲେ । ସେବେଠାରୁ ସେ ଆଦୌ ଦରମା ନେଉ ନ ଥିଲେ । ୨୦୧୫,୨୦୧୬ ଏବଂ ୨୦୧୭ ଏହି ୩ ବର୍ଷରେ କୌଣସି ପ୍ରକାର ପ୍ରତ୍ୟକ୍ଷ ସୁବିଧା ଗ୍ରହଣ କରିବା ପାଇଁ ଡୋର୍ସି ମନା କରିଦେଇଛନ୍ତି । କିନ୍ତୁ ୨୦୧୮ରେ ସେ କେବଳ ୧.୪୦ ଡଲାରର ଦରମାକୁ ଗ୍ରହଣ କରିଛନ୍ତି ।