ଆମେରିକାରେ ହିଂସା: ଆନ୍ଦୋଳନକାରୀଙ୍କୁ ସମର୍ଥନ କରି ନିଜ ବ୍ଲୁ ବାର୍ଡକୁ ବ୍ଲାକ୍ କଲା Twitter

ନୂଆଦିଲ୍ଲୀ ୧/୬: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଦେଶରେ ହିଂସା ଦେଖାଦେଇଛି । ଏହା ପରେ ଟ୍ୱିଟର ବିରୋଧୀଙ୍କ ସହିତ ଏକତା ଦେଖାଇବା ପାଇଁ ନିଜ ପ୍ରୋଫାଇଲ୍ ଓ କଭର ଫଟୋକୁ ବ୍ଲାକ୍ କରିଛି ।

ଆମେରିକାରେ ୨୫ ମଇରେ ମିନିୟାପୋଲିସରେ ପୋଲିସକର୍ମୀଙ୍କ ହାତରେ ଜଣେ ଅଶ୍ୱେତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣାର ଦୃଢ ବିରୋଧ ହୋଇଛି । ଜର୍ଜଙ୍କ ମୃତ୍ୟୁ ଆମେରିକାରେ ପୁଣି ଥରେ କଳା ଗୋରା ଭେଦଭାବ ଆରମ୍ଭ କରିଛି । ଜର୍ଜଙ୍କ ମୃତ୍ୟୁ ପରେ ଆମେରିକାରେ Black Lives Matter ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ସମର୍ଥନରେ ନ୍ୟୁୟର୍କ ଓ ଲସ୍ ଏଞ୍ଜେଲସ୍ ରାସ୍ତାକୁ ଓହ୍ଲାଇ ଜର୍ଜଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ସମର୍ଥକ ।

ଆପଣଙ୍କୁ କହିରଖୁଛୁ ଆମେରିକୀୟ ପୋଲିସ ଅଧିକାରୀ ଡେରେକ ଚୌବିନଙ୍କ ଉପରେ ଜର୍ଜଙ୍କ ହତ୍ୟା ଅଭିଯୋଗ ଲାଗିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୃତ ବ୍ୟକ୍ତିଙ୍କ ବେକକୁ ପୋଲିସକର୍ମୀ ନିଜ ଆଣ୍ଠୁରେ ଦବେଇ ରଖିଥିଲେ । ଭିଡିଓରେ ବ୍ୟକ୍ତି ଜଣକ ପୋଲିସକର୍ମୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ବୋଲି ମଧ୍ୟ କହିଥିଲେ । ଭିଡିଓ ଭାଇରାଲ ହେବାପରେ ୪ ଜଣ ପୋଲିସକର୍ମୀଙ୍କୁ ଚାକିରୀରୁ ହଟାଇ ଦିଆଯାଇଛି ଏବଂ ଯାଞ୍ଚ ଆଦେଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…