କଶ୍ମୀର ବିରୁଦ୍ଧରେ ଟ୍ୱିଟ୍ କରୁଥିବା ୨୦୦ ପାକ୍ ଆକାଉଣ୍ଟ ସସପେଣ୍ଡ କଲା ଟ୍ୱିଟର: ଏଥିରେ ମଧ୍ଯ ଭାରତର ଦୋଷ ଦେଲା ପାକିସ୍ତାନ

ନୁଆଦିଲ୍ଲୀ ୨୦/୮: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ପାକିସ୍ତାନର ୨୦୦ ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହା ପରେ ପାକିସ୍ତାନ ଅଭିଯୋଗ ଆଣିଛି ଯେ ସୋସିଆଲ ମିଡିଆ କମ୍ପାନୀ ତା ସହିତ ବୈମାତୃକ ମନୋଭାବ ପୋଷଣ କରୁଛି । ଅବଶ୍ଯ ଟ୍ୱିଟର ଏହି ଅଭିଯୋଗକୁ ଖାରଜ କରିଛି । ପାକିସ୍ତାନୀ ସେନା ରବିବାର କହିଛି ଯେ ସୋସିଆଲ ମିଡିଆରେ କଶ୍ମୀର ମାମଲାରେ ପୋଷ୍ଟ କରିଥିବା ଆକାଉଣ୍ଟକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ବନ୍ଦ କରିବା ପରେ ପାକିସ୍ତାନୀ ଅଧିକାରୀମାନେ ଟ୍ୱିଟର ଓ ଫେସବୁକ୍ ସହ ସମ୍ପର୍କ କରିଛନ୍ତି ।

ଜଣେ ଭାରତୀୟ ଅଧିକାରୀ ସୋମବାର ସୂଚନା ଦେଇଥିଲେ ଯେ ସୁରକ୍ଷା ଏଜେନ୍ସିଗୁଡିକଙ୍କ ଅନୁରୋଧ ପରେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ  ପ୍ରଚାର କରୁଥିବା ୪ଟି ଟ୍ୱିଟର ହ୍ୟାଣ୍ଡେଲକୁ ନିଲମ୍ବିତ କରିଦିଆଯାଇଛି । ସେ କହିଥିଲେ ଯେ ଆଉ ୪ଟି ହ୍ୟାଣ୍ଡେଲ ମଧ୍ଯ ଖୁବ ଶୀଘ୍ର ବନ୍ଦ କରାଯାଇପାରେ ।

ପାକିସ୍ତାନୀ ସେନା ପ୍ରବକ୍ତା ମେଜର ଜେନେରାଲ୍ ଆସିଫ୍ ଗଫୁର ରବିବାର ଟ୍ୱିଟ୍ କରିଛନ୍ତି ଯେ ଆକାଉଣ୍ଟ ବନ୍ଦ ହେବା ପରେ ପାକିସ୍ତାନ ଅଧିକାରୀମାନେ ଟ୍ୱିଟର ଓ ଫେସବୁକ ସାମ୍ନାରେ ସ୍ୱର ଉଠାଇଥିଲେ । ସେ ଏହା ମଧ୍ଯ କହିଛନ୍ତି ଯେ ଫେସବୁକ୍ ଓ ଟ୍ୱିଟରର ଆଞ୍ଚଳିକ ମୁଖ୍ଯାଳୟରେ କାମ କରୁଥିବା ଭାରତୀୟ କର୍ମଚାରୀଙ୍କ ଯୋଗୁଁ ପାକ୍ ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି । ଗଫୁର କହିଛନ୍ତି ଯେ ଏହି ମୁଖ୍ଯାଳୟରେ କାମ କରୁଥିବା ଭାରତୀୟ କର୍ମଚାରୀଙ୍କ ଏହା ପଛରେ ହାତ ରହିଛି ।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ୧୬ ମୃତ ଓ ଶତାଧିକ ଆହତ

ଚୀନ୍‌ ସୀମାରେ ଭାରତର ଟ୍ୟାଙ୍କ୍‌- ବରଫ ଭିତରୁ କରିପାରିବ ଆକ୍ରମଣ

ଚୀନ୍‌ର ଡର- ଭାରତ କରିପାରେ ଆକ୍ରମଣ

ଦେଶରେ ତେଜିଲା କୃଷକଙ୍କ ଆନ୍ଦୋଳନ, ଦିଲ୍ଲୀରେ କଂଗ୍ରେସ କର୍ମୀ ଟ୍ରାକ୍ଟରରେ ଲଗାଇଲେ ନିଆଁ

ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ