ବାପାର ହାତ ଗୋଡ଼ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ, ଅଢ଼େଇ ଘଣ୍ଟା ଭିତରେ ୩ ଯୁବକ ଭିଆଇଲେ ଏଭଳି କାଣ୍ଡ

ମୁରାଦାବାଦ ୧୫।୧: ଭଟ୍ଟା ମଜପୁରର ବସ୍ତିରେ ପଶି ବାପାର ଗୋଡ଼ ହାତ ବାନ୍ଧିଦେଲେ। ତାପରେ ବାପା ସାମ୍ନାରେ ଜନ୍ମିତ ନାବାଳିକା ଝିଅକୁ କରିଚାଲିଲେ ଦୁଷ୍କର୍ମ। ଅଭିଯୋଗ ଏହା କି, ମାମଲାରେ ଭାଟି ମାଲିକ ଏବଂ ଶହଜାଦ ନଗର ପୋଲିସ ପୀଡ଼ିତା ପରିବାରକୁ କୌଣସି ଆଇନର ଅଡ଼ୁଆରେ ନ ପଡ଼ିବା ପାଇଁ ବୁଜେଇସୁଜେଇ ଦେଇ ପଥଭ୍ରଷ୍ଟ କରାଇଦେଇଛି। ପୋଲିସ ମହକମା ପରିବାରକୁ ବୟାନ ପରିବର୍ତ୍ତନ କରାଇବା ପାଇଁ ବାଧ୍ୟ କରୁଛି।

ସୂଚନାଯୋଗ୍ୟ ଯେ, ପଟବାଇ ଥାନା ଅଞ୍ଚଳର ଏକ ଗ୍ରାମୀଣ ପରିବାର ସହଜାଦନଗର ଥାନା ଅଞ୍ଚଳ ସ୍ଥିତ ଏକ ଗାଁରେ ଇଟା ଭାଟିରେ ଶ୍ରମିକ ଭାବେ କାମ କରେ। ଆଉ ସେହି ଇଟା ଭାଟି ପାଖରେ ଏକ ବସ୍ତି କରି ରହୁଛି। ପୀଡ଼ିତା ପରିବାରର ଅଭିଯୋଗ କ୍ରମେ, ତିନି ଜଣ ଯୁବକ ପ୍ରଥମେ ବସ୍ତି ଭିତରେ ପଶିଥିଲେ। ତାପରେ ୧୨ ବର୍ଷୀୟ ନାବାଳିକାର ବାପା ନମଞ୍ଚର ହାତ ଗୋଡ ବାନ୍ଧି ବସାଇଦେଇଥିଲେ। ବାପା ସାମ୍ନାରେ ହିଁ ନିଜ ଝିଅର ପାଟିକୁ ବନ୍ଦ କରି ରାତି ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ୩ଜଣ ପାଳି ପାଳି କରି ଦୁଷ୍କର୍ମ କରିଥିଲେ। ଯେତେବେଳେ ଝିଅ ପାଟି କରି ଚିଳାଇବାକୁ ଲାଗିଥିଲା ସେତେବେଳେ ଦୁଷ୍କର୍ମକାରୀ ଫେରାର୍ ହୋଇଯାଇଥିଲେ। ତାପରେ ସ୍ଥାନୀୟ ଲୋକ ସେଠାରେ ଆସି ପହଞ୍ଚି ବାପାର ହାତ ଗୋଡ଼ ଖୋଲିଥିଲେ। ପୀଡ଼ିତା ଘର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି।

ତେବେ ଏଭିଯୋଗ ଏହା କି, ଶହଜାଦ ନଗର ଥାନାର କର୍ମଚାରୀ ମେଡିକାଲ ଟେଷ୍ଟ ପାଇଁ ନାବାଳିକାକୁ ୮ରୁ ୧୦ ପର୍ଯ୍ୟନ୍ତ ଥାନାରେ ରଖିବା ପାଇଁ କହୁଛନ୍ତି। ଏହା ପରେ ପୀଡ଼ିତା ପରିବାର ବିନା ମେହିକାଲ ଟେଷ୍ଟରେ ଘରକୁ ଫେରିଆସିଛନ୍ତି। ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବାନୁସାରେ, ବୟାନକୁ ପରିବର୍ତ୍ତନ କରାଇବା ପାଇଁ ତାଙ୍କ ଉପରେ ଚାପ ପଡ଼ୁଛି। ଏଏସପି ଅରୁଣା କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ