PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନିଶା ମାଫିଆ ରାଜାର ଦୁଇ ସହଯୋଗୀଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର ୨୪/୧୨: ବାଲେଶ୍ୱରର କୁଖ୍ୟାତ ବ୍ରାଉନ୍‌ ସୁଗର ମାଫିଆ ସେଖ୍‌ ରାଜାର ଦୁଇ ଖାସ୍‌ ସହଯୋଗୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନେ ହେଲେ ସହଦେବ ଖୁଣ୍ଟା ଥାନା ଅରଡ଼ ବଜାର (ମସ୍‌ଜିଦ୍‌) କଲୋନୀର ବସନ୍ତ ବେହେରା ଓରଫ ହାପ୍‌ ପ୍ୟାଣ୍ଟ ବାବୁ ଓ ବାଲେଶ୍ୱର ଟାଉନ୍‌ ଥାନା ସୁନାହଟର ନିଳାଦ୍ରି ଦାସ ଓରଫ ନୀଳ। ରାଜା ଗିରଫ ହେବା ପରେ ଏମାନେ ଫେରାର ଥିଲେ। ଗତକାଲି ଏସ୍‌ଟିଏଫ୍‌ ଏମାନଙ୍କୁ ଗିରଫ କରିଥିଲା। ସୋମବାର ଖୋର୍ଦ୍ଧା ସେସନ୍ସ ଜଜ୍‌ କୋର୍ଟରେ ଉଭୟଙ୍କୁ ହାଜର କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
  

ଏସ୍‌ଟିଏଫ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ଜୁଲାଇ ମାସରେ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ୩ ଜଣଙ୍କୁ ଗିରଫ କରିଥିଲା। ଏହି ସମୟରେ ଜଣା ପଡିଥିଲା କୁଖ୍ୟାତ ନିଶା ବେପାରୀ ରାଜା ଠାରୁ ଏମାନେ ବ୍ରାଉନ୍‌ ସୁଗର ଆଣି ଖୁଚୁରା ବେପାରୀଙ୍କୁ ବିକ୍ରି କରୁଥିଲେ। ଏସ୍‌ଟିଏଫ୍‌ ରାଜାକୁ ଧରିବା ପାଇଁ ଯୋଜନା କରିଥିଲା। ସେପ୍ଟେମ୍ବର ମାସରେ ରାଜା ଗିରଫ ହୋଇଥିଲା। ରାଜା ଠାରୁ ପୁଲିସ୍‌ ଏକ ବନ୍ଧୁକ ଜବତ କରିଥିଲା। ତା’ପରେ ରାଜାକୁ ଏସ୍‌ଟିଏଫ୍‌ ରିମାଣ୍ଡରେ ନେଇ ଜେରା କରିବାରେ ଜଣା ପଡିଥିଲା, ରାଜାର ଦେଶ ବାହାରେ ବ୍ରାଉନ୍‌ ସୁଗର ମାଫିଆଙ୍କ ସହ ଲିଙ୍କ୍‌ ରହିଛି। ରାଜା ଦେଶ ବାହାରୁ ବ୍ରାଉନ୍‌ସୁଗର ଆଣି ହାପ୍‌ ପ୍ୟାଣ୍ଟ ବାବୁ ଓ ନୀଳ ଜରିଆରେ ସାରା ରାଜ୍ୟରେ ଥିବା ବେପାରୀଙ୍କୁ ଯୋଗାଉଥିଲା। ରାଜାର ଏମାନେ ଅତି ଖାସ୍‌ ଥିଲେ। ରାଜା ଗିରଫ ହେବା ପରେ ଏମାନେ ଫେରାର ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ଏସ୍‌ପି ରାହୁଲ ପିଆର କହିଛନ୍ତି, ତଦନ୍ତ ଚାଲିଛି । ଏହି ର‌୍ୟାକେଟ୍‌ରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।