PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଜିଠୁ ରାଜ୍ୟରେ ଦୁଇଦିନ ଘନ କୁହୁଡ଼ି ସମ୍ଭାବନା: ୧୮ରୁ ବଢ଼ିବ ଶୀତ

ଭୁବନେଶ୍ୱର ୧୫/୧୨: ଏବେ ୨/୩ ଦିନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହେବ । ଏହା ସହ ଅନେକ ଅଞ୍ଚଳରେ କୁହୁଡ଼ି ଘେରିବ । ୧୮ ତାରିଖବେଳକୁ ପାଗ ବଦଳିବ । ଆକାଶ ମେଘୁମକ୍ତ ହେବା ସହ ରାତି ତାପମାତ୍ରା କ୍ରମଶଃ ଖସିବ । ବର୍ତ୍ତମାନ ତୁଳନାରେ ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ । ଯାହାକି ରାଜ୍ୟ ତମାମ ଶୀତ ପ୍ରକୋପ ବଢ଼ାଇ ଦେବ । ଏଭଳି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

ଶୁକ୍ରବାର ରାତିରେ ବିଶେଷ ଥଣ୍ଡା ନଥିଲା । କୌଣସି ବି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିନଥିଲା । ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ସୁନ୍ଦରଗଡ଼ ୧୨.୫, ଫୁଲବାଣୀ ୧୩, ଟିଟିଲାଗଡ଼ ୧୩.୫, କୋରାପୁଟ ୧୩.୬, ଅନୁଗୁଳ ୧୪, ସୋନପୁର ୧୫, କେନ୍ଦୁଝର ୧୫.୨, ତାଳଚେର ୧୫.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି।

ଶନିବାର ମଧ୍ୟ ପାଗ ଆଂଶିକ ମେଘୁଆ ରହିଥିଲା । ଶ୍ରୀ ବିଶ୍ୱାସଙ୍କ କହିବାନୁଯାୟୀ ରବିବାର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ । ଅପରପକ୍ଷରେ ରବିବାର ସକାଳେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କନ୍ଧମାଳ, ସୋନପୁର, ବଲାଙ୍ଗିର ଓ ବୌଦ୍ଧରେ ଘନ କୁହୁଡ଼ି ସମ୍ଭାବନା ଅଛି । ସୋମବାରଠାରୁ ବର୍ଷା ସମ୍ଭାବନା ନାହିଁ ।

ତେବେ ମୟୂରଭଞ୍ଜ, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ବାଲେଶ୍ୱରରେ ଘନ କୁହୁଡ଼ି ଆଶଙ୍କା ରହିଛି । ମଙ୍ଗଳବାର ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଘେରିପାରେ । କୁହୁଡ଼ି ଯୋଗୁ ରାତିରେ ଓ ଭୋର ସମୟରେ ରାସ୍ତାରେ ଯାତାୟତବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ପାଣିପାଗ ବିଭାଗ କହିଛି, ୩ ଦିନ ପରେ ଶୀତ ବଢ଼ିବ । ରାତି ତାପମାତ୍ରା କ୍ରମଶଃ ୨-୪ ଡିଗ୍ରୀ କମିବ ।