PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଜଗା ଦର୍ଶନ ହେଲା ଶେଷ ଦର୍ଶନ: ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ମୃତ ୪ଗୁରୁତର

କେନ୍ଦ୍ରାପଡା ୦୨।୦୧: ନୂଆବର୍ଷରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ । ପୁରୀରୁ ଦର୍ଶନ ସାରି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଫୋରୁଥିବା ବେଳେ ଦୁହୁରିଆ ଛକ ନିଟକରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପରିବାରର ଦୁଇ ସଦସ୍ୟ । ମୃତକ କଜଳା ଗାଁର ପ୍ରଣତି ପଣ୍ଡା ଓ କାକଟର ବିଜୟ ସାହୁ ବୋଲି ଜଣାପଡିଛି । ଦୁର୍ଘଟଣାରେ ଚାରିଜଣ ଗୁରୁତର ଅଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ପୁରୀରେ ଜଗନ୍ନାଥ ଦର୍ଶନ କରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଦୁହୁରିଆ ଛକ ନିକଟ ରାସ୍ତା କଡରେ ଥିବା ଏକ ଟ୍ରକ ପଛରେ ଏଟିକା କାର୍‌ ପିଟି ହୋଇଥିଲା।  ଘଟଣାସ୍ଥଳରେ ବିଜୟ ଓ ପ୍ରଣତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡିରେ ଥିବା ପ୍ରଣତିଙ୍କ ସ୍ବାମୀ ଦେବାଶିଷ, ତାଙ୍କର ଦୁଇ ପୁଅ ଓ କାର୍‌ ଡ୍ରାଇଭର ଗୁରୁତର ଅଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନନ୍ତାରିତ କରାଯାଇଛି ।