ଟ୍ରକ୍ ଧକ୍କାରେ ଦୁଇ ହାତୀ ମୃତ ଓ ଗୋଟିଏ ଆହତ

କେନ୍ଦୁଝର ୨୨|୮: ବୁଧବାର ବିଳମ୍ବିତ ରାତିରେ ଟ୍ରକ୍ ଧକ୍କାରେ ଦୁଇଟି ହାତୀ ମୃତ ହୋଇଥିବାବେଳେ ଗୋଟିଏ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଜୋଡି ନିକଟରେ ୨୦ନଂ ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା । ଫଳରେ ଦୁଇଟି ହାତୀର ମୃତ୍ୟୁ ହୋଇଛି । ଅନ୍ୟ ଗୋଟିଏ ହାତୀ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲା ।

ମୃତ ଦୁଇଟି ହାତୀ ମଧ୍ୟରୁ ଗୋଟିଏ ୩ମାସର ଥିବାବେଳେ ସମସ୍ତ ମୃତ ଓ ଗୁରୁତର ହାତୀ ମାଈ ହାତୀ ବୋଲି ଜଣାପଡିଛି । ହାତୀମାନେ ରାସ୍ତା ପାରି ହେଉଥିବା ବେଳେ ଦୁଇଟି ଟ୍ରକ୍ ହାତୀମାନଙ୍କୁ ଧକ୍କା ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗୋଟିଏ ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଅନ୍ୟ ଟ୍ରକଟି ଧରାପଡିଛି । ତେବେ ଉକ୍ତ ଗାଡିର ଡ୍ରାଇଭର ମଧ୍ୟ ଫେରାର ହୋଇଯାଇଛି । ଘଟଗାଁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁତର ହାତୀର ଚିକିତ୍ସା ଆରମ୍ଭ ହୋଇଛି ।

   ସମ୍ବନ୍ଧିତ ଖବର


ଦୃଷ୍ଟିହୀନ ହାରମଣିକୁ ମିଳୁନି ଚାଉଳ କି ଭତ୍ତା, ବ୍ଲକ କାର୍ଯ୍ୟାଳୟକୁ ଧାଇଁ ନିରାଶ

ପାନୀୟ ଜଳ ଯୋଗାଣରେ ଦୁର୍ନୀତି, ବେଆଇନ୍‌ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ

ଶ୍ରୀମନ୍ଦିରରେ କରୋନା କଟକଣା ଲାଗୁ, ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ

ଘଟଗାଁ ତାରିଣୀ ମନ୍ଦିର ଖୋଲିବା ନେଇ ମାମଲା

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ଚାଲିଗଲେ ପ୍ରସିଦ୍ଧ ସେଫ୍‌ ରହିମ୍‌ ଚାଚା