ଦିଲ୍ଲୀ ଦଙ୍ଗା ନେଇ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ, ଭଦ୍ରକରୁ ୨ ଯୁବକ ଗିରଫ

ଭୁବନେଶ୍ବର,୨୮।୨: ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ଜାରି ରହିଛି ଦଙ୍ଗା। ଏବେ ଏହି ମାମଲାରେ  ଭଦ୍ରକ ଜିଲ୍ଲା ପୋଲିସ ଗୁରୁବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ  ହୋଇଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ସମ୍ବେଦନଶୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି।

ଏହି ଦୁଇ ଜଣ ୨୦ ବର୍ଷ ବୟସରେ ହୋଇଥିବା ବେଳେ ତାଙ୍କ ଘର ଭଦ୍ରକରେ ବୋଲି ଜଣାପଡିଛି। ତେବେ ପୋଲିସ ସେମାନଙ୍କ ପରିଚୟ ପ୍ରକାଶ କରିବାକୁ ମନା କରିଦେଇଛି। ଦିଲ୍ଲୀ ଦଙ୍ଗାକୁ ନେଇ ଦୁହେଁ ଉତ୍ତେଜନାମୂଳକ ପୋଷ୍ଟ କରିଥିଲେ ବୋଲି ପୋଲିସ କହିଛି।

“ଆମେ ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିଥିଲୁ। ସେମାନଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା 153-A (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ କିମ୍ବା ଭାଷା ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣା ପରେ ଦୁହେଁ ତାଙ୍କର ଉତ୍ତେଜନାମୂଳକ ବାର୍ତ୍ତାକୁ  ଡିଲିଟ୍ କରିଛନ୍ତି ବୋଲି  ଭଦ୍ରକ ଏସପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ