ଆତଙ୍କୀ ଆକ୍ରମଣରେ ୨ ବିଏସ୍‌ଏଫ୍‌ ଯବାନ ସହିଦ

ଶ୍ରୀନଗର, ୨୧/୫: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ବିଏସ୍‌ଏଫ୍‌ ଯବାନଙ୍କ ରାଇଫଲ୍‌ ନେଇ ପଳାଇଛନ୍ତି । ମିଳିଥିବା ଖବର ମୁତାବକ ଶ୍ରୀନଗରର ଗାନ୍ଦରବଲ ଅନ୍ତର୍ଗତ ପନ୍ଦାଚ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ମିଳିତ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ଏଥିରେ ଦୁଇଜଣ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା । ଘଟଣା ପରେ ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । କିଛି ଆତଙ୍କୀ ସେଠାରେ ଏବେ ବି ଲୁଚିଥିବା ଅନୁମାନ କରାଯାଉଛି । ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀଙ୍କ ମୁତାବକ ବିଏସ୍‌ଏଫ୍‌ ଯବାନମାନେ ସନ୍ଧ୍ୟାବେଳେ ପାଟ୍ରୋଲିଂରେ ଯାଇଥିବାବେଳେ ଆତଙ୍କବାଦୀମାନେ ବାଇକ୍‌ରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

   ସମ୍ବନ୍ଧିତ ଖବର


ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’