ବିବାହ ଉତ୍ସବରେ ଯୋଗ ଦେଇ କନ୍ୟାଦାନରେ ୨ ଲିଟର ପେଟ୍ରୋଲ ଦେଲେ ନେତା, ଭିଡିଓ ଭାଇରାଲ

ମେରଠ, ୨୩/ ୦୧: ଦେଶରେ ଦିନକୁ ଦିନ ବେଲଗାମ ହେବାରେ ଲାଗିଛି ତୈଳ ଦର। କ୍ରମାଗତ ଭାବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଯାହାଫଲରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ଏସବୁ ମଧ୍ୟରେ ଅଭିନବ ଉପାୟରେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି ପରିବାର ଲୋକେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମେରଠର ହସ୍ତିନାପୁର ଅଞ୍ଚଳରେ ଏକ ବାହାଘର ଅନୁଷ୍ଠିତ ହୋଇଥିଲା। ବିବାହା ଶେଷରେ କନ୍ୟାଦାନ ମଧ୍ୟ ହୋଇଥିଲା। ହସ୍ତିନାପୁରର ଜଣେ ବ୍ୟକ୍ତି ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି ପାଉଥିବାରୁ ଏହାକୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ବ୍ୟକ୍ତି ଜଣକ କ୍ୟନାଦାନ ସମୟରେ ୨ ଲିଟର ପେଟ୍ରୋଲ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ହସ୍ତିନାପୁର ବିଧାନସଭାର ଅଲୀପୁର ମୋରନାରେ ଏସପି ନେତା କିଶୋର ବାଲ୍ମିକ୍ ବାବୁରାମ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ସୁନୀତା ବାହାଘରେ ଯୋଗ ଦେଇଥିଲେ। ସେଠାରେ ସେ କନ୍ୟାଦାନ ସ୍ବରୂପ ଦୁଇ ଲିଟର ପେଟ୍ରୋଲ ଦେଇ ତୈଳ ଦର ବୃଦ୍ଧିକୁ ନଜରରେ ରଖି ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଥିଲେ।