କଟକ ମହାନଗର ଅଞ୍ଚଳରୁ ୨ କରୋନା ପଜିଟିଭ ଚିହ୍ନଟ, କଣ୍ଟାକ୍ଟ ଟ୍ରେସିଂ ଜାରି

କଟକ ୩୦/୦୬: କଟକରେ କରୋନା ତା’ର ସମ୍ପୂର୍ଣ୍ଣ କାୟା ମେଲାଇ ସାରିଲାଣି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ସଂଖ୍ୟାଧିକ ସ୍ଥାନୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍ଥିତି ଅତି ସାଂଘାତିକ ରୂପ ନେବାକୁ ଯାଉଛି । ଆଜି ଗୋଟିଏ ଦିନରେ କଟକ ଜିଲ୍ଳାରୁ ମୋଟ ୧୭ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେଥିରୁ ୧୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ସବୁଠାରୁ ସମ୍ବେଦନଶୀଳ କଥା ହେଉଛି, ଏମାନେ ଯେଉଁ ଅଞ୍ଚଳରୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେଠାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଢେର ଅଧିକ । ଏସବୁ ଅଞ୍ଚଳ ଭିତରେ ଥାନା, ଏସ୍‌ଡିପିଓ କାର୍ଯ୍ୟାଳୟ, ଏସ୍‌ସିବି ମେଡିକାଲ ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର ଭଳି ବହୁଳ ବ୍ୟବହୃତ ଅନୁଷ୍ଠାନମାନ ରହିଛି ।

ଆଜି କଟକ ଜିଲ୍ଲାରୁ ୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏ ନେଇ ସିଏମ୍‌ସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନା ମୁତାବିକ, ଆଜି କଟକ ମହାନଗର ଅଞ୍ଚଳ( ସିଏମ୍‌ସି)ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତ ମଧ୍ୟରୁ କଟକ ରାଣୀହାଟ ୫୨ ବର୍ଷିୟ (ପୁରୁଷ) କରୋନା ଯୋଦ୍ଧା ରହିଛନ୍ତି। ଆକ୍ରାନ୍ତ ଜଣକ ଏସ୍‌ସିବିରେ ସ୍ବାସ୍ଥ କର୍ମଚାରୀ କର୍ଯ୍ୟ କରନ୍ତି। ଅନ୍ୟ ପଟେ କଟକ ସିଡିଏ-୯ ସେକ୍ଟର ୩୭ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତ ଜଣକ ନିକଟତ କରୋନା ଆକ୍ରାନ୍ତଙ୍କ ସଂମ୍ପର୍କୀୟ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସଂକ୍ରମିତ ରହୁଥିବା ଅଞ୍ଚଳକୁ ସିଏମ୍‌ସି ସାନିଟାଇଜ କରିଛି।

ବର୍ତ୍ତମାନ କଟକ କଟକ ମହାନଗର ନିଗମ ଅଞ୍ଚଳ ମୋଟ୍ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ୨୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର