ପ୍ରମୁଖ ଖବର
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଓଡ଼ିଶାକୁ ଦୁଇ ଜାତୀୟ ପୁରସ୍କାର: ଜାଗା ମିଶନ, ପାଇପ୍‌ ଜଳଯୋଗାଣରେ ଶ୍ରେଷ୍ଠ

ଭୁବନେଶ୍ୱର,୧୩/ ୦୧: ବଛା ବଛା ରାଜ୍ୟକୁ ପଛରେ ପକାଇ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ରାଜ୍ୟରେ ଜାଗା ମିଶନ କାର୍ଯ୍ୟକାରୀ କରିବା ଓ ପାଇପ୍‌ ଯୋଗେ ଜଳଯୋଗାଣରେ ସଫଳତା ପାଇଁ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଜନାଗ୍ରହ ସିଟି ଗଭର୍ଣ୍ଣାସ ଆୱାର୍ଡର ଦ୍ୱିତୀୟ ସଂସ୍କରଣରେ ରାଜ୍ୟ ଏହି ସ୍ୱୀକୃତି ପାଇଛି ।

ଭିଡିଓ କନଫରେନ୍ସିଂ ଯୋଗେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କେନ୍ଦ୍ର ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରାଜ୍ୟକୁ ଏହି ପୁରସ୍କାର ଦେଇଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନାନ୍‌ ପୁରସ୍କାର ଗ୍ରହଣ କରିଛନ୍ତି ।

  ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌର ସଂସ୍ଥା, ଶ୍ରେଷ୍ଠ ସିଭିକ୍‌ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିଶନ ଓ ଶ୍ରେଷ୍ଠ ରାଜ୍ୟ ଅର୍ଥ କମିଶନର ଭଳି ୫ଟି ବର୍ଗରେ ୧୭ଟି ରାଜ୍ୟ ଏହି ପୁରସ୍କାର ପାଇଁ ଆବେଦନ କରିଥିଲେ । ମୋଟ ୫୪ଟି ଆବେଦନ ଆସିଥିଲା । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବା ଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଜାଗା ମିଶନ ସାରା ଦେଶ ପାଇଁ ମାଇଲଖୁଣ୍ଟ ପାଲଟିଥିଲା । ଏହି ନିଆରା ପଦକ୍ଷେପ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିଛି । ଜାଗା ମିଶନ ପାଇଁ ହୋଇଥିବା ଆଇନର ନୀତି ପ୍ରଣୟନ କରିବା ସହ ଏହାର ସଫଳ କାର୍ଯ୍ୟକାରୀ କରିଥିବାରୁ ଏହି ପୁରସ୍କାର ଦିଆଯାଇଛି ।

 ସେହିଭଳି ରାଜ୍ୟରେ ପାଇପ୍‌ ଯୋଗେ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ବେଷ୍ଟ୍‌ ସିଭିକ୍‌ ଏଜେନ୍ସି ଆୱାର୍ଡ ଦିଆଯାଇଛି । ସହରାଞ୍ଚଳ ସମସ୍ତଙ୍କ ପାଖରେ ବିଶୁଦ୍ଧ ଜଳ ଯୋଗାଇବାର ପ୍ରତିବଦ୍ଧତା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଜନାକୁ ସଫଳ କରିଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା (ପିଏଚ୍‌ଇଓ)କୁ ଏହି ପୁରସ୍କାର ଦିଆଯାଇଛି ।

  ୧୭ଟି ରାଜ୍ୟ ଏହି ଆବେଦନରେ ଭାଗ ନେଇଥିବା ବେଳେ ୮ଜଣିଆ ବିଚାରକ ମଣ୍ଡଳୀ ସେଥିରୁ ଶ୍ରେଷ୍ଠ ପୁରସ୍କାର ପାଇଁ ଯୋଗ୍ୟ ରାଜ୍ୟକୁ ଚୟନ କରିଥିଲେ । ଏହି ବିଚାରକମଣ୍ଡଳୀରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ, ବିଶିଷ୍ଟ ରାଜନୀତି ବିଜ୍ଞାନୀ ଆଶୁତୋଷ ବର୍ଷ୍ଣେ, କର୍ଣ୍ଣାଟକ ବିଧାୟକ ପ୍ରିୟଙ୍କା ଏମ୍‌ ଖାର୍ଗେ, ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ନିର୍ଦ୍ଦେଶକ ସଞ୍ଜୀବ ଚୋପ୍ରା, କର୍ଣ୍ଣାଟକ ବିଧାୟକ ଅରବିନ୍ଦ ବେଲାଡ, ଆଇଡିଏଫ୍‌ସିର ଗବେଷଣା ନିର୍ଦ୍ଦେଶକ ନିରଞ୍ଜନ ରାଜାଧ୍ୟକ୍ଷ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଏସ୍‌କେ ଦାସ ଓ ସେଣ୍ଟର ଫର ପଲିସି ରିସର୍ଚ୍ଚର ସଭାପତି ଯାମିନୀ ଆୟାର ସଦସ୍ୟ ଥିଲେ ।   ଓଡ଼ିଶା ପକ୍ଷରୁ ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ, ପିଏଚ୍‌ଇଓ ସର୍ବୋଚ୍ଚ ଯନ୍ତ୍ରୀ ବସନ୍ତ କୁମାର ସେନାପତି ଓ ଉପଶାସନ ସଚିବ ସାରଦା ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.