ସୁରକ୍ଷାବଳକୁ ବଡ ସଫଳତା, ୨ ନକ୍ସଲ ସଫା

ଗଢଚିରୌଲି ୧୫/୯: ମହାରାଷ୍ଟ୍ରର ଗଢଚିରୌଲିରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ସୁରକ୍ଷାବଳ ଓ ନକ୍ସଲଙ୍କ ମୁହାଁମୁହିଁରେ  ୨ ନକ୍ସଲ ସଫା ହୋଇଛନ୍ତି । ପୋଲିସ ସୂଚନା ଦେଇଛି ଯେ ସେମାନଙ୍କୁ ଛତିଶଗଡ ସୀମା ନିକଟରେ ଜଙ୍ଗଲରେ କିଛି ନକ୍ସଲ ଲୁଚି ଥିବାରୁ ସୂଚନା ମିଳିଥିଲା । ଏହା ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ଏହାପରେ ନକ୍ସଲଙ୍କ ଉପରେ ପୋଲିସ ଆକ୍ରମଣ କରିଦେଇଥିଲା । ଏହାର ଜବାବରେ ନକ୍ସଲମାନେ ମଧ୍ୟ ପୋଲିସ ଉପରକୁ ଆକ୍ରମଣ କରିଦେଇଥିଲେ । ଏଥିରେ ୨ ନକ୍ସଲ  ପ୍ରାଣ ହରାଇଛନ୍ତି । ୪-୫ ନକ୍ସଲ ଆହତ ମଧ୍ୟ ହୋଇଛନ୍ତି । ମୃତ ୨ ନକ୍ସଲଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଅନ୍ୟ ଜଣେ ପୁରୁଷ ।

ତେବେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ଜବାନଙ୍କୁ ଏକ କାରୱାଇନ୍ ରାଇଫଲ ମିଳିଛି । ପୋଲିସ ସନ୍ଦେହ କରୁଛି ଯେ ଆହତ  ନକ୍ସଲ ଅଧିକ ଦୂର ଯାଇନଥିବେ । ସେହି ଅଞ୍ଚଳରେ ନକ୍ସଲମାନେ ଲୁଚିଥିବା ସନ୍ଦେହ କରାଯାଉଛି ତେଣୁ  ଏବେବି ସର୍ଚ୍ଚ ଜାରି ରହିଛି । କହିରଖୁଛୁ ଛତିଶଗଡ ଦାନ୍ତେୱାଡାରେ ସୁରକ୍ଷାବଳକୁ ବଡ ସଫଳତା ମିଳିଥିଲା । ସୁରକ୍ଷାବଳ ଦନ୍ତେୱାଡାର କିରନ୍ଦୁଲ ଅଞ୍ଚଳରେ ୫-୫ ଲକ୍ଷର ୨ ନକ୍ସଲଙ୍କୁ ସଫା କରିଥିଲା ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା