ବିଜେପି ବିଧାୟକ ଭୀମା ମଣ୍ଡାଭିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ସହ ୨ ମାଓବାଦୀ ନିହତ, ଜଣେ ଗିରଫ

ଦନ୍ତେଓ୍ବାଡା,୧୮।୪: ଛତିଶଗଡର ଦନ୍ତେଓ୍ବାଡାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ବେଳେ ୨ ଜଣ ମାଓବାନୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ରହିଛି ବିଜେପି ବିଧାୟକ ଭୀମା ମଣ୍ଡାଭିଙ୍କର କନଭୟ ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଏସିଏମ୍ ଭର୍ଗିସ। ତା ଉପରେ ୫ ଲକ୍ଷଙ୍କ ଟଙ୍କାରୁ ଅଧିକ ଟଙ୍କାର ପୁରଷ୍କାର ରହିଥିଲା। ମୃତ ମାଓବାଦୀଙ୍କ ନିକଟରୁ ଏକ ୩୧୫ ଓ ଏକ ବନ୍ଧୁକ ଉଦ୍ଧାର କରାଯାଇଛି।
ପ୍ରଥମ ପର୍ଯ୍ୟାୟ ଭୋଟଦାନର ୨ ଦିନ ପୂର୍ବରୁ ଗତ ୯ ତାରିଖରେ ଏହି ଅଞ୍ଚଳରେ ମାଓବାଦୀମାନେ ମଣ୍ଡାଭିଙ୍କ କନଭୟ ଉପରେ ଆଇଆଇଡି ଦ୍ବାରା ଆକ୍ରମଣ କରିଥିଲେ। ଏଥିରେ ମଣ୍ଡାଭି ଓ ତାଙ୍କର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସୁରକ୍ଷାରେ ମୁତୟନ ଥିବା ୩ ଜଣ ଯବାନ ମଧ୍ୟ ଶହୀଦ ହୋଇଥିଲେ।
ପୋଲିସର ସୂଚନା ଅନୁସାରେ, ଡିଆରଜି ଯବାନ ସକାଳେ ସର୍ଚ୍ଚି ଅପରେସନ୍ ପାଇଁ କଟେକଲ୍ୟାଣ ଓ କୋଣ୍ଡା ମଧ୍ୟରେ ଦୌଲିକଡକାର ଜଙ୍ଗଳରେ ମାଓବାଦୀମାନେ ଗୁଳିକାଣ୍ଡ କରିଥିଲେ। ପାଲଟା ଆକ୍ରମଣରେ ମାଓବାଦୀମାଙ୍କ କମାଣ୍ଡର ଏସିଏମ୍ ଭର୍ଗିସ ଓ ଲିଙ୍ଗା ନିହତ ହୋଇଛନ୍ତି। ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ଭର୍ଗିସ ବଡଧରଣର ମାଓବାଦୀ କମାଣ୍ଡର ଥିଲା ଓ ସେ ବହୁ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ମଧ୍ୟ ରହିଥିଲା। ଯଦିଓ ଡିଆଇଜି ସୁନ୍ଦରରାଜ ପି କହିଛନ୍ତି, ବିଜେପି ନେତା ଭିମା ମଣ୍ଡାଭିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଭର୍ଗିସର ହାତ ରହିଥିଲା।