ମଇଁଷିକୁ ବଞ୍ଚାଇବାକୁ ଯାଇ ବାଇକ୍‌ ଦୁର୍ଘଟଣା, ୨ ମୃତ

ଭଞ୍ଜନଗର,୨୪/୫: ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚାରିକୋଣିଆ ଗ୍ରାମ ରାସ୍ତାରେ ଏକ ମଇଁଷିକୁ ବଞ୍ଚାଇବାକୁ ଯାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଚାରିକୋଣିଆ ଗ୍ରାମର ଭରତ ଗୌଡ(୩୮) ଓ ସନାତନ ମହାନ୍ତି(୩୬) ଜଗନ୍ନାଥପ୍ରସାଦକୁ କୌଣସି କାମରେ ଆସି ଗ୍ରାମକୁ ଫେରୁଥିଲେ । ହଠାତ୍‌ ରାସ୍ତା ଉପରେ ବାଇକ୍‌ ଆଗକୁ ଏକ ମଇଁଷି ଆସିଯାଇଥିଲା । ମଇଁଷିକୁ ବଞ୍ଚାଇବାକୁ ଯାଇ ବାଇକ୍‌ ଚାଳକ ସନାତନ ଭାରସାମ୍ୟ ହରାଇ ଗଛ ପିଟି ହୋଇଯାଇଥିଲେ । ପଛରେ ବସିଥିବା ଭରତ ଦୂରକୁ ଛିଟିକି ପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ନିଆଯାଉଥିଲା । ରାସ୍ତାରେ ପ୍ରଥମେ ଭରତଙ୍କ ଓ ପରେ ସନାତନଙ୍କ ମୃତ୍ୟୁ ହୋଇଛି । ରାତିରେ ଭରତଙ୍କ ପରିବାର ଶବକୁ ଆଣି ଦାହ କରିଥିବାବେଳେ ଭୋରରୁ ପହଞ୍ଚିଥିବା ସନାତନଙ୍କ ଶବକୁ ଜଗନ୍ନାଥପ୍ରସାଦ ପୁଲିସ ଜବତ କରି ଭଞ୍ଜନଗର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଥିବା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଡ୍ୟାମରେ ଡଙ୍ଗା ବୁଡି ଜଣେ ମୃତ

ନାମୀଦାମୀ ପୁଡିଆରେ ନକଲି ଜର୍ଦ୍ଦା- ନକଲି ଜର୍ଦା କାରଖାନା ଠାବ,୩ ଗିରଫ

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ