PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଆଜି ଯୁକ୍ତ ଦୁଇ ବିଜ୍ଞାନ ଫଳ, ହେଲ୍ପଲାଇନ୍‌ ନମ୍ବର ଜାରି କଲା ପରିଷଦ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ବୁଧବାର ୧୨ଟା୩୦ରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ପରିଷଦ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ତା’ ପରେ ଛାତ୍ରଛାତ୍ରୀମାନେ orissaresults.nic.inରୁ ନିଜର ମାର୍କ ଦେଖିପାରିବେ । ସେହିପରି କଲେଜଗୁଡିକ www.samsodisha.gov.in A-ସ୍ପେସ୍‌ରେ ନିଜ କଲେଜର ରେଜଲ୍ଟ୍‌ ଦେଖିପାରିବେ । ଛାତ୍ରଛାତ୍ରୀମାନେ ଅନଲାଇନରେ କିମ୍ବା ନିଜ କଲେଜରୁ ପରୀକ୍ଷା ଫଳ ସଂଗ୍ରହ କରିପାରିବେ।

କୌଣସି ସମସ୍ୟା ଦେଖା ଦେଲେ ସମାଧାନ ପାଇଁ ପରିଷଦ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ୦୬୭୪-୨୩୦୦୯୧୪ ନମ୍ବରକୁ କଲ୍‌ କରି ରେଜଲ୍ଟ ବୁଝିପାରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ୯୭ ଲକ୍ଷ ୩୭୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ରୁ ୨୧ ମଧ୍ୟରେ ଥିଓରି ପରୀକ୍ଷା ହୋଇଥିବା ବେଳେ ପୂର୍ବରୁ ପ୍ରାକ୍ଲିକାଲ୍‌ ପରୀକ୍ଷା ସରିଥିଲା । କରୋନା ପାଇଁ ଲକଡାଉନ୍‌ ପରେ ଅବଶିଷ୍ଟ ପରୀକ୍ଷା ହୋଇପାରିନଥିଲା । ଯାହା ବିକଳ୍ପ ମୂଲ୍ୟାୟନ ଦ୍ୱାରା ମାର୍କ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା ।