
ଭୁବନେଶ୍ୱର,୨୮/୧୧: ଯାତ୍ରୀଙ୍କ ସୁବିଧା ପାଇଁ ହାଓଡା-ସିକନ୍ଦରାବାଦ ଓ ବିଶାଖାପାଟଣା-ବିଜୟୱାଡା ସ୍ୱତନ୍ତ୍ର ଟ୍ରେନ୍ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଡିସେମ୍ବର ପହିଲା ଠାରୁ ସିକନ୍ଦରାବାଦ-ହାଓଡା ସ୍ୱତନ୍ତ୍ର ଟ୍ରେନ୍ ଉକ୍ତ ଦିନ ଅପରାହ୍ନ ୩ଟା ୩୫ରେ ସିକନ୍ଦରାବାଦରୁ ଛାଡି ତା’ପର ଦିନ ଅପରାହ୍ନ ୫ଟା ୪୦ରେ ହାଓଡାରେ ପହଞ୍ଚିବ । ଫେରିବା ମାର୍ଗରେ ୮ଟା ୩୫ରେ ହାଓଡାରୁ ଛାଡି ତା’ପର ଦିନ ପୂର୍ବାହ୍ନ ୧୦ଟା୧୦ରେ ସିକନ୍ଦରାବାଦରେ ପହଞ୍ଚିବ ।
ସେହିପରି ଶାଲୀମାର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ୨ରୁ ପ୍ରତି ମଙ୍ଗଳବାର ଭୋର ୩ଟା ୫୫ରେ ସିକନ୍ଦରାବାଦରୁ ଛାଡି ତା’ପରଦିନ ଶାଲିମାରରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ଅପରାହ୍ନ ୪ଟା ୧୦ରେ ଛାଡି ତା’ପରଦିନ ସନ୍ଧ୍ୟା ୬ଟାରେ ସିକନ୍ଦରାବାଦରେ ରହିବ। ବିଜୟୱାର୍ଡା-ବିଶାଖାପାଟନ୍ ସ୍ୱତନ୍ତ୍ର ଟ୍ରେନ୍ ବିଜୟୱାଡାରୁ ସକାଳ ୬ଟା ୧୫ରେ ଛାଡି ଅପରାହ୍ନ ୧୨ଟା ୨୦ରେ ବିଶାଖାପାନମ୍ରେ ପହଞ୍ଚିବ। ଉକ୍ତ ଦିନ ଅପରାହ୍ନ ୧୨ଟା ୫୫ରେ ବିଶାଖାପାଟନମ୍ରୁ ଛାଡି ବିଜୟୱାଡାରେ ସନ୍ଧ୍ୟା ୭ଟାରେ ପହଞ୍ଚିବ।