ମହାକାଶରେ ଦୁଇଟି ‘ସୁପର ଆର୍ଥ’ର ସନ୍ଧାନ, ଆକାରରେ ପୃଥିବୀଠାରୁ ଦୁଇଗୁଣ

ନୂଆଦିଲ୍ଲୀ,୨୯।୬: ବୈଜ୍ଞାନିକମାନେ ମହାକାଶରେ ଦୁଇଟି ପୃଥିବୀ ଭଳି ଗ୍ରହର ସନ୍ଧାନ କରିଛନ୍ତି। ଦୁଇଟି ଗ୍ରହରେ ଜୀବନ ସତ୍ତା ଥିବାର ସମ୍ଭାବନା ଥିବାର ମନେକରାଯାଉଛି।  ଜର୍ମାନର ମହାକାଶ ବିଜ୍ଞାନୀ ଏହି ସନ୍ଧାନ କରିଛନ୍ତି। ଏହି ଦୁଇଟି ସୁପର ଆର୍ଥ ଆମର ପୃଥିବୀ ସହ ବେଶ୍ ସମାନ ରହିଛି। ଏହାର ଦୂରତ୍ବ ୧୧ ପ୍ରକାଶ ବର୍ଷ ବୋଲି ଜଣାପଡିଛି।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ସୁପର ଆର୍ଥର ନାମ ଗ୍ଲିସେ ୮୮୭ ଓ ଗ୍ଲିସେ ୮୮୭ ବି ରହିଛି। ଦୁଇଟି ଆମର ପୃଥିବୀଠାରୁ ଆକାରରେ ଦୁଇଗୁଣ ବହ। ଏହା ଦ୍ରବ୍ୟମାନ ମଧ୍ୟ ବହୁତ ଅଧିକ। ଦୁଇ ଗ୍ରହ ୟୁରେନସ୍ ଓ ନେପଚୁନ ତୁଳନାରେ ଛୋଟ ଅଟେ। ଦୁଇଟି ନୂଆ ଗ୍ରହ ଆମର ସୌର ମଣ୍ଡଳ ବାହାରେ ମିଳିଛନ୍ତି। ୟୁନିଭର୍ସିଟି ଅଫ୍ ଗୋଟିଙ୍ଗଟନ୍ର ମହାକାଶ ବିଜ୍ଞାନୀ ସେଣ୍ଡ୍ରା ଜେଫସ୍ ଏହି ଦୁଇ ଗ୍ରହର ସନ୍ଧାନ କରିଛନ୍ତି।

ଏହାର ରିପୋର୍ଟ ଜର୍ନାଲ ସାଇନ୍ସରେ ମଧ୍ୟ ଛପାଯାଇଛି। ସେଣ୍ଡ୍ରା କହିଛନ୍ତି, ଏହି ଗ୍ରହ ଆମର ସୌର ମଣ୍ଡଳ ବାହାରେ ଜୀବନର ସତ୍ତା ଖୋଜିବାର ସମ୍ଭାବାନକୁ ବଢାଇଥାଏ। ଏହାର ଅଧ୍ୟୟନରୁ ଖୁବ୍ ଲାଭ ମିଳିବ। ଜେଫର୍ସ କହିଛନ୍ତି, ତାଙ୍କର ଟିମ୍ ସେକ୍ଟେ୍ରାଗ୍ରାମର ଉପଯୋଗ କରି ନୂଆ ସିଷ୍ଟମ ଉପରେ ନଜର ରଖିଛନ୍ତି। Gliese 887b ଓ Gliese 887 ର ନିଜର ତାରା ପାଖରେ ରହିଛି। ଏହା ତରଳ ରୂପରେ ପାଣି ହେବାର ସମ୍ଭାବନା ମଧ୍ୟ ରହିଛି। ଏହି ଦୁଇଟି ଗ୍ରହ ମଙ୍ଗଳ ଓ ପୃଥିବୀ ଭଳି ଚଟ୍ଟାଣ ଥିବା ଗ୍ରହ ହୋଇପାରନ୍ତି।

   ସମ୍ବନ୍ଧିତ ଖବର


ଚିରସ୍ମରଣୀୟ ଦାସିଆ ଅଜା

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

ବିପତ୍ତିରେ ବି ହସ ହସ -‘କାଳିଆ’ ଭରସାରେ ଭଗବାନ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ