PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କୋଭିଡ୍ ଯୋଦ୍ଧାଙ୍କ ଜୀବନ ନେଲା ଘାତକ କରୋନା : ୨ ଥର ନେଗେଟିଭ୍‌ ପରେ ରିପୋର୍ଟ ଆସିଲା ପଜିଟିଭ୍

ଲକ୍ଷ୍ନୌ ୦୮/୦୮: ଉତ୍ତରପ୍ରଦେଶର ଜଣେ ପୁଲିସ ଇନ୍ସପେକ୍ଟର କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଇନ୍ଦ୍ରଜିତ ସିଂହ ଭଦୌରିଆ (୪୭) ଏବଂ ସେ ଉନ୍ନାଓ ଜିଲ୍ଲାର ବାସିନ୍ଦା । ଶାହାଜାହାନପୁର ଜିଲ୍ଲା ଆଲ୍ଲାହାଗଞ୍ଜ ଥାନାରେ କାର୍ଯ୍ୟରତ ଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ୨ ଥର ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତୃତୀୟ ଥର ପଜିଟିଭ୍‌ ଆସିଥିଲା ।

ଭଦୌରିଆ ଜୁଲାଇ ୨୨ ତାରିଖରେ ମିରଟରେ ଏକ ପୁଲିସ ଟ୍ରେନିଂରେ ସାମିଲ ହୋଇଥିଲେ । ସେଠାରୁ ଫେରିବାର ଦିନକ ପରେ ଅର୍ଥାତ ଜୁଲାଇ ୨୩ରେ ଥଣ୍ଡାଜ୍ୱର ଓ କାଶରେ ପୀଡିତ ହୋଇପଡିଥିଲେ । ସେହିଦିନ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ର‌୍ୟାପିଡ ଆଣ୍ଟିଜେନ ଟେଷ୍ଟରୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଘରେ ରହିବା ଭିତରେ ତାଙ୍କର ଜ୍ୱର ଓ ଥଣ୍ଡା କମି ନଥିଲା । ତାଙ୍କୁ ଜୁଲାଇ ୩୧ରେ ପୁଣିଥରେ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା । ଏଥରକ ସେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଦେହ ଅଧିକ ଖରାପ ହୋଇପଡିବାରୁ ଅଗଷ୍ଟ ୧ ତାରିଖରେ ତାଙ୍କୁ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କରୋନା ଟେଷ୍ଟ କରାଯିବା ପରେ ତାହା ପଜିଟିଭ ବାହାରିଥିଲା । ହେଲେ ସେତେବେଳକୁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇସାରିଥିଲା । ଅଗଷ୍ଟ ୪ ତାରିଖରେ ସେଠାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମାତ୍ର ଗୋଟିଏ ଦିନ ଭେଣ୍ଟିଲେଟରରେ ସେ ରହିଥିଲେ । ପରଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଡାକ୍ତରଙ୍କ ଚେଷ୍ଟା ସତ୍ତେ୍ୱ ସେ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର